STORYMIRROR

kahnu charan sahu

Others

3  

kahnu charan sahu

Others

ଏଇତ ଜୀବନ ୦୧

ଏଇତ ଜୀବନ ୦୧

1 min
189


କେବେକେବେ ବଡ଼ବଡ଼ ଖୁସିକୁ

ଜାବୁଡି ଧରିବାରେ ଖୁବ କଷ୍ଟ ହୁଏ ବୋଲି

ଛୋଟ ଛୋଟ ଖୁସିକୁ ନିଜର କରି ବସେ !


ବୋଧହୁଏ ସେଥିପାଇଁ

ଛୋଟିଆ ଖୁସି ବି ଭରିଦେଇଯାଏ

ଅମାପ ଦୁଃଖ, ବିବ୍ରତା

କେବେ ଆଞ୍ଜୁଳାଏ ଅଶ୍ରୁ ନୟନେ !


ପାଇବାର ଯୋଉ ଗୋଟେ ଇଚ୍ଛା

ମରିଯାଏ ବାସ୍ତବରେ

ବହୁବାର ଯେବେ ହରେଇବାର

ପୁନରାବୃତ୍ତି ହୁଏ !


ସହିଯିବାକୁ ହୁଏ

କେହି କହିବା ଆଗରୁ

ଲୁଚେଇ ଦେବାକୁ ହୁଏ

କେହି ଦେଖିବା ଆଗରୁ 

ବାସ୍ ଏଇତ ଜୀବନ

ଲୁଚାଛପାରେ ବିତୁଛି ଯାହା !!


Rate this content
Log in