Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଏଇ ଶରତରେ

ଏଇ ଶରତରେ

1 min
7.0K


ଶ୍ୟାମଳ-ସୁଷମା-ଆଶିନ୍ଵେ

ପ୍ରକୃତି ହେ ତୁମେ ମନେପଡ଼

ଅନୁର୍ବର ସମୟ ଖଣ୍ଡରେ

ଭାଙ୍ଗିଦେଇ ଦୁଃଖ, ଝଞ୍ଜା,ଝଡ଼ ।।

ସୁରମ୍ୟ -ଶରତ-ଜ୍ୟୋତ୍ସ୍ନାରେ

ବୈରତା ଓ ଘୃଣାକୁ ଆଡେଇ

ଭିଜିବାକୁ ଭାରି ଇଚ୍ଛା ହୁଏ

ସ୍ଵକୀୟ ଅସ୍ତିତ୍ଵ ହଜେଇ ।।

ଚିତ୍ରରେଖା ନଦୀ ପଠା ଧାରେ

କାଶତଣ୍ଡି ଫୁଲର ସମ୍ଭାରେ

ଧରଣୀର ଅପୂର୍ବ ଲାବଣ୍ୟେ

ପ୍ରକୃତିର ଶୋଭା ମନ ହରେ ।।

ଶାରଦୀୟ -ଋତୁ -ପାର୍ବଣରେ

ଦଶଭୁଜା ହେବେ ଆଗମନ

ଅଜ୍ଞାନତା ତମସା ବିନାଶି

ପରଶିବେ ପୀୟୁଷ-ପ୍ରଜ୍ଞାନ ।।

ହେ ଅମ୍ବିକେ-ଦୁର୍ଗତିନାଶିନୀ

ତୁମେ ଗୋ କୃପାଣପାଣିନୀ

ସର୍ବେ ଆମ୍ଭେ କରୁଛୁ ଆହ୍ୱାନ

ବିନାଶ ଦୁଷ୍ଟ ଓ ଦୁର୍ଜନ ।।


Rate this content
Log in