STORYMIRROR

Sasmita Choudhury

Others

3  

Sasmita Choudhury

Others

ଏଇ ମାଟି ଘର

ଏଇ ମାଟି ଘର

1 min
339


ଘର ନୁହେଁ ମୋର ସ୍ବର୍ଗ ପୁର ସେ ଅଳସୀ ଉଷାର ପ୍ରୀତିଲଗ୍ନା ନଦୀ କୂଳେ, 

ହସୁଥାଏ ମୋର ସେଇ ମାଟିଘର ନାଲି ଫୁଲ ପେନ୍ଥି ସ୍ବପ୍ନ ଗୁଚ୍ଛଙ୍କ ମେଳେ। 

ଏ ମନୋଇ ନଈ ତଲ୍ଲୀନ ଜଳରେ ଭସାଇଛି କେତେ ପ୍ରେମର ପ୍ରଥମ ଚିଠି, 

ସୁନୀଳ ଅମ୍ବର ବାହୁ ବନ୍ଧନେ ଅନୁଭବିଛି ମୁଁ ପ୍ରୀତିର ଅଜବ ତାତି। 

ଏଇ ନଈ କୂଳେ ଉଦାସୀ ସଞ୍ଜେ ଭିଜାଇଛି କେତେ ଅସରା ସ୍ମୃତି ପସରା, 

ନିର୍ଲିପ୍ତ ନୟନେ ନିରେଖି ଦେଖିଛି ପାହାନ୍ତି ଆକାଶୁ ଘଡିମରା କୁଆଁ ତାରା। 

ବାପା ବୋଉ ମୋର ଜଗନ୍ନାଥ ଲକ୍ଷ୍ମୀ ଘର ମୋର ଅଟେ ନୀଳାଚଳ ଶ୍ରୀ ମନ୍ଦିର, 

ଏଇ ମାଟି ଘର ବିଶ୍ବାସ ଆଉ ଆଶା ଭରସାର ତ୍ରିବେଣୀ ସଙ୍ଗମ ଧାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍