STORYMIRROR

Birakishore Nayak

Children Stories

4  

Birakishore Nayak

Children Stories

ଏଇ ଆମ ଦେଶରେ

ଏଇ ଆମ ଦେଶରେ

1 min
249


ଆମେ ସବୁ ଯେତେ ପିଲା ଏଇ ଆମ ଦେଶରେ

ଫୁଟିବା ତ ଫୁଲ ହୋଇ ନାନା ଜାତି ରଙ୍ଗରେ ,  

ଭରିଦେବା ବାସ ଆମେହସି ହସି

ପୃଥିବୀର କୋଣ ଅନୁକୋଣରେ |

ଆମେ ହେବା ପ୍ରଜାପତି ଅବା ମଧୁମକ୍ଷିକାଯିବା

ଆମେ ଆନନ୍ଦରେ ମଧୁ ଶୋଷି ଶୋଷିକା,   

ଫୁଲବନେ ଗାଇ ଗାଇ ଦୁନିଆରେ

ମଧୁ ଭରି ଦେବା ଉଡି ଉଡ଼ିକା |

ଆମ ପାଇଁ ଫୁଲ ସବୁ ଫୁଟିଥିବ

ଡାଳରେ ହଲିହଲି ହସୁଥିବ,

ମଥାଟେକି ସମୀରେ   

ସୁରଭିତ ଫୁଲବନେ ସଞ୍ଚିତ ତା ମଧୁ ସବୁ

ଯିବା ଆମେ ପିଇରେ |

ଆମେ ସବୁ ଭଲ ହୋଇ ବଗିଚାରେ ଉଡିବା

ଭାଙ୍ଗିବାନି ପାଖୁଡାକୁ ସୁନ୍ଦରତା ଦେଖିବା,     

ଭାଙ୍ଗିଗଲେ ମଉଳିବ

ମଉଳା ଫୁଲରୁ ଅବା କେଉଁ ଲାଭ ପାଇବା ?

ଆମେ କିଛି ଭାଙ୍ଗିଦେବା ନୁହେଁ ତାହା ଶୋଭିତ

ଶିଳ୍ପୀ ପରି ଗଢ଼ିଦେବା ଯାହା ହେବ ଶାଶ୍ୱତ,    

 ଆମ ଓଠେ ହସ ଦେଖି

ଦୁନିଆ ହସିବ ଯେବେ ଆମେ ହେବା ଗର୍ବିତ |  


   


Rate this content
Log in