STORYMIRROR

Sunanda Mohanty

Others

3  

Sunanda Mohanty

Others

ଏବେ ବି ରାବଣ ବଞ୍ଚିଛି ସମାଜେ

ଏବେ ବି ରାବଣ ବଞ୍ଚିଛି ସମାଜେ

1 min
291


ରାବଣମାନେ ସବୁ ଯୁଗେ 

ଥିଲେ ଅଛନ୍ତି ଥିବେ 

 ସୀତା ହରଣ ପରି ଦୁଷ୍କର୍ମ କରୁଥିବେ 

କେବେ ନିଃସ୍ୱାର୍ଥପରତା ଦେଖାଇ ହେବେ 

ଆସୁରିକ ପ୍ରବୃତ୍ତି ନ ଛାଡ଼ିବେ 


ସତରେ କଣ ରାବଣମାନେ ବଞ୍ଚି ରହିବେ.

ଭଉଣୀ ରକ୍ଷଣେ ଅସତ ଆପଣେଇବେ? 

ମନ୍ଦୋଦରୀ ମହାସତୀ ଆଖ୍ୟା ପାଇବେ 

ଭାତୃ ଦ୍ରୋହୀ ବୋଲି କଳଙ୍କ ପିନ୍ଧିବେ 

ସେତୁବନ୍ଧ ମହାଯଜ୍ଞ ପୁରୋହିତ ବନୁଥିବେ 


ଭଲ ଆଉ ମନ୍ଦ ଭିତରେ ସଂସାର ନାବେ 

ରାବଣ ନଥିଲେ ଆହୁଲା କି ହବେ 

ଯୁଗେ ଯୁଗେ ଧର୍ମ ସଂସ୍ଥାପନ କିପରି ହେବେ 

 ବିଚିତ୍ର ବୈଚିତ୍ର ସମନ୍ୱୟ ରାବଣ ଉଦ୍ଭବେ 

ରାବଣ ଥିଲେ ଅଛନ୍ତି ବୋଧହୁଏ ରହିଥିବେ 


ରାମରାଜ୍ୟର ଔଜ୍ଜଲ୍ୟ ଦିଶୁଥିବେ 

ଯେତେ ଦିନ ରାବଣ ସମାଜରେ ବଞ୍ଚି ରହିବେ

 ସ୍ରଷ୍ଟାଙ୍କ ମିଶାଣ ଫେଡ଼ାଣ ଜଣାଯିବ 

ମଣିଷ ଆସୁରିକତା ତ୍ୟାଗ ହିଁ କରିବ 

ରାବଣ ପରି ନା ରାମଙ୍କ ପରି ଭାବୁଥିବେ 


ରାବଣ ପରିବାରେ ମାନି ବୃତ୍ତି ଶିଖି ହେବ 

ସମାଜରେ ଅଛନ୍ତି ଶାନ୍ତି ଅଶାନ୍ତି ପ୍ରଭେଦ 

ସହରେ ନଗରେ ହାତେ ମାପି ଚାଲୁଥିବ 

ଦେଶରେ ଆଭ୍ୟନ୍ତରୀଣ କନ୍ଦଳ ବୁଝିବ 

ଆସୁରୀକ ଇତି ବୃତ୍ତି ରାବଣ ଯୋଗୁଁ ଜାଣିବେ 



Rate this content
Log in