ଏ ରଙ୍ଗ ରଙ୍ଗହୀନ
ଏ ରଙ୍ଗ ରଙ୍ଗହୀନ
ଏ ରଙ୍ଗ ରଙ୍ଗହୀନ
ଯଦି ସଧବା ମଥାରେ
ନାଲି ଟହଟହ ସିନ୍ଦୁର ନାହିଁ
ଖରାବେଳେ ଝଡିବର୍ଷା ଛାଡିଲେ
ଆକାଶରେ ଇନ୍ଦ୍ରଧନୁ ନାହିଁ
ଏ ରଙ୍ଗ ରଙ୍ଗହୀନ
ଯଦି ସକାଳୁ ସଞ୍ଜ ହଳଦୀବସନ୍ତ
ସଜନାଡାଳରେ ବସୁନାହିଁ
ଯଦି ନାଲିଗୋଡି ରାସ୍ତା କଡରେ
ଥିବା ଅନାବନା ଗଛରେ
ନାଲି ରଙ୍ଗର ଧୂଳି ନାହିଁ
ଏ ରଙ୍ଗ ରଙ୍ଗହୀନ
ଯଦି କୃଷ୍ଣଚୂଡ଼ାର ଲହରୀ ନାହିଁ
ଯଦି ସାଗରର ନୀଳାଭ ଢ଼େଉ ନାହିଁ
ଅବା କେବେ ଆକାଶେ କଳାଧଳା
ବାଦଲମାନେ ଘୁରନ୍ତିନାହିଁ
ଏ ରଙ୍ଗ ରଙ୍ଗହୀନ
ଯଦି ବାଳସୂର୍ଯ୍ୟର ରକ୍ତିମ ଆଭା
ସୁଦୂର ପାହାଡ଼େ ପଡେନାହିଁ
ଯଦି ଧୁଧୁ ଖରାରେ ଚକଚକ
ସୁନେଲି କିରଣ ପୋଖରୀ
ପାଣିରେ ଛଳଛଳ ହୁଏନାହିଁ
ଏ ରଙ୍ଗ ରଙ୍ଗହୀନ
ଯଦି ମଣିଷ ଭିତରେ ସ୍ନେହ ନାହିଁ
ସୁଖ ଶାନ୍ତି ମୈତ୍ରୀ ନାହିଁ
କଅଁଳ ଶିଶୁର କାନ୍ଦନାହିଁ
ଅବା ପାକୁଆ ପାଟିରେ ହସ ନାହିଁ ।
