STORYMIRROR

Gouri Panda

Others

3  

Gouri Panda

Others

ଏ ରଙ୍ଗ ରହିଲେ ହେଲା

ଏ ରଙ୍ଗ ରହିଲେ ହେଲା

1 min
277


କାହାକୁ କହିବି ଭଲା

ଏ ରଙ୍ଗ ରହିଲେ ହେଲା। 


ଏଇ ଦୁନିଆ ରେ ଆଜି 

ଅନେକ ରଙ୍ଗର ମେଳା। 


ନାଲିଆ, ନେଳି,ସବୁଜ

ବାଇଗଣି,କଳା,ଧଳା।


ଏଇ ତ ପୁରୁଣା କଥା

କହୁଛି ଅସଲ ବ୍ୟଥା। 


ଆଜି ଏ ସଂସାର ତଳେ

ଅନେକ ଯେ ରଙ୍ଗ ଖେଳେ।


ରାଗ, ଘୃଣା, ଅବସାଦ 

ଦୁଃଖ, ସୁଖ ଭରା ସ୍ୱାଦ। 


ତେଲା ତେଲି ଯିଏ ଜାଣେ

ସଭିଙ୍କର ମନ କିଣେ। 


ଆଗରେ କଥାଟି ପକ୍କା

ପଛରେ ଦିଅନ୍ତି ଧୋକା। 


ଦେଖିଲେ ମୁହଁରେ ହସ

ପଛରେ ଭରନ୍ତି ବିଷ। 


କାମ ଥିଲେ ତୋଷାମଦ

ସରିଗଲେ ଆର୍ତ୍ତନାଦ। 


ଏହି ପରି କେତେ ରଙ୍ଗ 

ଲୋକ ଧରିଛନ୍ତି ମଙ୍ଗ। 


ଧନ ଗର୍ବେ ଉତଫୁଲ

ଖୋଜନ୍ତି ସବୁଠି ମାଲ। 


ଟଙ୍କା ପଇସାର ଭାବ 

ଥିଲେ ହିଁ ମେଳ ଖାଇବ। 


ଏମିତି କେତେ ଯେ ରଙ୍ଗ 

ଦୁନିଆ ଏବେ ବେରଙ୍ଗ।


ଏମିତି ରଙ୍ଗ ଖେଳନା

ହେଇଯିବ ଦିନେ ଚୂନା। 


ଏ ରଙ୍ଗ ରହିଲେ ହେଲା 

କର ନାହିଁ ଠିଆ ପାଲା। 


ଏ ରଙ୍ଗ ବେରଙ୍ଗ ହେଲେ

ସବୁ ରଙ୍ଗ ଯିବ ଭଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍