ଏ ମୋର ଭାରତ ବାସୀ
ଏ ମୋର ଭାରତ ବାସୀ


ଏ ମୋର ବୀର ଭାରତ ବାସୀ
ସଭିଏ ଜାଣନ୍ତି ବଡ ସାହସୀ
ସୀମାରେ ଲଢ଼ିଲେ ଶତ୍ରୁ ଆକ୍ରମଣେ
ଗୁଳି ଖାଅନ୍ତି ସେ ହସି ହସି ||
ଚାଷୀ ଭାଇ ଯେବେ ଖରା ତରା ସହି
ଚଳାନ୍ତି ଜମିରେ ମଇ
ଅନ୍ନଦାତା ସିଏ ଭୋକ ଶୋଷ ଭୁଲି
ଦିଅନ୍ତି ଆମକୁ ଖୋଇ ||
ଗାଁ ପରିମଳ ସଫା ରଖେ ଯିଏ
ସିଏ ମୋ ଗାଁର ହିରୋ
ଚାଷୀ ଭାଇ ମୋର ଏ ଦେଶ ମାଟିର
ଅମୃତ ରୂପକ ସାର ||
ଈଶ୍ୱର ସମାନ ଚିକିତ୍ସା ବିଜ୍ଞାନୀ
ଦିଅନ୍ତି ଜୀବନ ଦାନ
ଏହି ସମାଜରେ ତାଙ୍କ ଅବଦାନ
ଦ୍ୱିତୀୟ ସେ ଭଗବାନ ||
ଏ ମୋର ପ୍ରିୟ ଭାରତ ବାସୀ
ଦୁଃଖକୁ ଏଡାଅ ଦେଇକି ହସି
କର୍ମ କରିଚାଲ ନବସି ଥକି
ଏ ମୋର ବୀର ଭାରତ ବାସୀ
ଏ ମୋର ବୀର ଭାରି ସାହସୀ ||