STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଏ ମଧୂଝରା ନିଶା ରାତି

ଏ ମଧୂଝରା ନିଶା ରାତି

1 min
213

କଞ୍ଜ ନୟନା

 ଲଳିତ ସଞ୍ଜେ

କୁଞ୍ଜ କାନନେ ଆସେ,

ମଞ୍ଜୁଳ ଗଭା

ସୁସଞ୍ଚ କି ଶୋଭା

ନୀଳ ସିନ୍ଧୁ ନିର କି'ସେ ,

କୁଞ୍ଚିତ କୁନ୍ତଳ   ମୁଖ ଚନ୍ଦ୍ରରେ

ଚୁମ୍ବେ ତା ଗଣ୍ଡଦେଶେ,

କଞ୍ଜ ନୟନା ଲଳିତ ସଞ୍ଜେ…!!


ମନ୍ଦ୍ର,ମଧୂର,

ମନ୍ଥର ଗତି

ସତେ କି ଗୋ ରାଜହଂସୀ,

ମନୋହର ଭାଷା

ମଧୂଝରା ନିଶା

ଅନ୍ଧାର ରାତିର ଶଶି,

ମୁଗ୍ଧ କରେ ସେ  କବି ମନ,ପ୍ରାଣ

ନବ ଉନ୍ମାଦନା ଯାଗେ,

କଞ୍ଜ ନୟନା ଲଳିତ ସଂଜେ…।।


ମାଳତୀ ମଞ୍ଜରୀ

କୁଞ୍ଜ କୁଟିରରେ

ମୃଦୁ ହିଲ୍ଲୋଳ ଲୋଳେ,

ସ୍ଵାଗତଂ ଦେବୀ

କବି ପ୍ରାଣ ଛବି

ସଞ୍ଜ ଦୀପ ଶିଖା ଧରେ,

ରଞ୍ଜାଇ ଦିଅ ଗୋ  ଏ ମଧୂ ଲଗନ

ତୁମରି ପ୍ରେମ ପୀୟୂଷେ,

କଞ୍ଜ ନୟନା ଲଳିତ ସଞ୍ଜେ…।। 


କେତେ ଖଞ୍ଜରେ

ଖଞ୍ଜିଛି ଖଞ୍ଜେ

ବିହି କରି ମନୋରମ

ସତରେ ମାନିନୀ

ପ୍ରିତୀ ପ୍ରଣୟିନୀ

ତୁ'ଉ ଆକାଶ କୁସୁମ

ପଲକେ ପୁଲକ  ତୋଳି ରଞ୍ଜାଇବ

ବନ୍ଧା ମୁଁ ତା’ଆ ପାସେ

କଞ୍ଜ ନୟନା ଲଳିତ ସଞ୍ଜେ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍