ଏ କେମିତିକା ବନ୍ଧନ
ଏ କେମିତିକା ବନ୍ଧନ
1 min
287
ଏ କେମିତିକା ବନ୍ଧନ
ଏ କେମିତିକା ସମ୍ପର୍କ
ଏଠି ସ୍ନେହ ଅଛି, ପ୍ରେମ ଅଛି
ସବୁ ଖାଲି ଲୋକ ଦେଖାଣିଆ।
ଏ କେମିତିକା ସମ୍ପର୍କ
ମାଆ ହୁଏ ରାକ୍ଷସୀ
ମମତାରେ କଳଙ୍କ
ସ୍ଵାର୍ଥ ଏଠି ମୁଖ୍ୟ ଆଉ
ସବୁ କୁହେଳିକା ।
ଏ କେମିତିକା ବନ୍ଧନ
ଗୋଟିଏ ଡୋରରେ ଛନ୍ଦା
ଗୋଟିଏ ଗୃହରେ ବନ୍ଧା
ଯେଝା ହାତେ ଯେଝା ଏଠି ଚଉଦପା
ମମତାର ମୂଲ ଏଠି ନ ବୁଝେ କେହି,
ସେନେହ ମମତା ପାଇଁ ପାଗଳ କେହି।
ଏ କେମିତିକା ବନ୍ଧନ।
ଏ କେମିତିକା ସମ୍ପର୍କ।
