ଏ ବର୍ଷ ରଜ
ଏ ବର୍ଷ ରଜ

1 min

11.8K
ମାଟି ପାଣି,ଗଗନପବନ
ରଙ୍ଗର ରୋଷଣୀରେ
ବିଜୁଳି ଆଉ ଘଡ଼ଘଡ଼ିର
ଶବଦ
ମୌସୁମୀର ପହିଲି ଝଲକ
ରଜର ନାଲିପାନରେ
ଆକାଶର ନିର୍ମଳ ଚାଦରକୁ
ରଙ୍ଗେଇବାରେ ବ୍ୟସ୍ତ ॥
ଦଲକାଏ ଦଲକାଏ
ପବନର ଆହୁଲାରେ
ଆମ୍ବ ତୋଟାର
ବାଉଁଶ ତିଆରି ଦୋଳିଟା
ସତେ
ଆକାଶକୁ ଛୁଇଁବାକୁ ଚେଷ୍ଟାରତ॥
ପୋଡପିଠା ସାଥେ ଖିଲିପାନ
କୁଆଁରୀର ନୂଆ ପୋଷାକ
ପାଦର ନାଲି ଗୋଲାପି ଅଳତା
ଆଜି ଲାଗେ ଫିକା ଫିକା
ସାଙ୍ଗ ବିନା ଦୋଳି
ଆଜି ଯାଇଛି ମଉଳି ॥