STORYMIRROR

Santosh Pattnayak

Others

3  

Santosh Pattnayak

Others

ଦୂରକର ଦୁଃଖ କ୍ଳେଶ

ଦୂରକର ଦୁଃଖ କ୍ଳେଶ

1 min
27.3K



ଜୀବନ ଯନ୍ତ୍ରଣା ବଢିଚାଲେ ଏଠି

ବଞ୍ଚିବାକୁ ଖୋଜି ରାହା

ସୁଖଶାନ୍ତି ସବୁ ଆମଭାଗ୍ୟେ କାହିଁ !

ଦଶଭୂଜା ଏକା ସାହା….0

ବଡ ବଳିୟାର ମର୍ତ୍ତ୍ୟେ ଅହଙ୍କାର

ନଷ୍ଟ ହୁଏ ପରିବେଶ

ବିଚାରକ ପରା ଦୋଷୀ ସାଜିଲାଣି

କାହାକୁ କହିବା କିଶ….୧

ସର୍ବ ମୋହାଚ୍ଛନ୍ନେ ଅଶୁଭ ଲକ୍ଷଣ

ଚେତନା ହୋଇଛି ସୁପ୍ତ

ଆହେ ଯୋଗମାୟା ହୁଅ ଆବିର୍ଭାବ

ଆତୁରେ ଅଛନ୍ତି ଭକ୍ତ….୨

ଅସଭ୍ୟ ବର୍ବର କଳିଯୁଗ ନାରୀ

ସ୍ୱାମୀ ସମାଜକୁ ଏଡି

ହୋଇ ଭ୍ରଷ୍ଟାଚାରୀ ଘୁରେ ସ୍ୱେଚ୍ଛାଚାରୀ

ବିପଦ ଆସଇ ମାଡି….୩

ମଦ୍ୟପ ପୁରୁଷ କାମୁକ ହୋଇଣ

ଭୂଲେ ଜନନୀ,ଭଗିନୀ

ପାପୀକୁ ବିନାଶୀ ରକ୍ଷାକର ମାତା

ଖଡ୍ଗ ଖର୍ପର ଧାରିଣୀ….୪

ସର୍ବ ନରନାରୀ ଅଙ୍ଗେଅଙ୍ଗେ ପଶି

ଦୁର୍ଗୁଣକୁ କର ନାଶ

ମ୍ଳେଛକୁ ସଂହାରି ଭକତଙ୍କୁ ରଖ

ଦୂରକର ଦୁଃଖ କ୍ଳେଶ….୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍