Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumar Mrutyunjay

Others

4.0  

Kumar Mrutyunjay

Others

ଦୂରଭାଷ

ଦୂରଭାଷ

1 min
11.7K


କୁଆଡେ ଗଲା ସେ ଦିନ 

ଚିଠିପତ୍ରରେ ହେଉଥିଲା 

ଭାବର ଆଦାନ ପ୍ରଦାନ !


ସେ କାଳର ଅପେକ୍ଷା ଉନ୍ମାଦନା 

ସୁଦୂରେ ଥିବା ପ୍ରିୟଜନଙ୍କ 

ଭଲମନ୍ଦର ସଂକ୍ଷିପ୍ତ ସୂଚନା !


କେଡେ ସରାଗରେ ହେଉଥିଲା 

ପଢ଼ୁଥିବା ଲୋକର ଆଦର 

ଜାଣିଥିଲା ବୋଲି ପାଠ ଦିଅକ୍ଷର !


ବିଜ୍ଞାନର ବିସ୍ମୟ ତାର ଚମତ୍କାର 

ସମ୍ଭିଙ୍କୁ ସଙ୍ଗେ ସଙ୍ଗେ ଯୋଡିଲା 

ଡାକ ନୁହେଁ ଏକ ତାର !


ହେଲୋ ଅଭିବାଦନରୁ ହେଲା ପ୍ରାରମ୍ଭ 

ହଜିଗଲା ପୂଜାସ୍ପଦ ପ୍ରଣମ୍ୟ 

ଲୁଚିଗଲା ପ୍ରେମିକାର ପ୍ରେମପ୍ରତୀକ !


ଯୁଗ ବଦଳିଲା ବଦଳିଲା ପଦ୍ଧତି

ତାହାକୁ ନେଇ କିଏ ଜିତେ 

ପୁଣି ହୁଏ କାହାର ଅଧୋଗତି !


ତଥାପି ଯାନ୍ତ୍ରିକ ଦୁନିଆଁ ଯନ୍ତ୍ର ମଣିଷ

ନାହିଁ କାହା ପାଖେ ସମୟ 

ଦେବାକୁ ଲମ୍ବା ଲମ୍ବା ସନ୍ଦେଶ !


ତେଣୁ ହୁଏତ ଜନାଦୃତ ଏପରି ଦୂରଭାଷ 

ତଥାପି ମନେ ପଡିବ ଆମର 

ସେଇ ଅତି ପ୍ରିୟ ଫର୍ଦଫର୍ଦ ବିଶେଷ !



Rate this content
Log in