STORYMIRROR

Santosh Pattnayak

Others

3  

Santosh Pattnayak

Others

ଦୁଷ୍ଟଙ୍କୁ କର ବିଧ୍ବସ୍ତ

ଦୁଷ୍ଟଙ୍କୁ କର ବିଧ୍ବସ୍ତ

1 min
14.4K



ଶରତେ ଶାରଦ ଦିଏ ଅବସାଦ

ନୀତି ଅନୀତିର ଭେଦ

ବୁଝି ବି ଅବୁଝା ମଣିଷ ମନାସେ

ଘୁଞ୍ଚିଯାଉ ପରମାଦ....


ଦେବ ମନ୍ଦିରରେ ଦେବନୀତି ନାହିଁ

ନାରୀସାଥେ ସୁରାପାନ

ସର୍ବେ ଭ୍ରଷ୍ଟାଚାରି ଅତି ଅହଙ୍କାରି

ହୃଦୟ ହୁଏ ଦହନ....


ବିଚାର ବିମର୍ଶ ପଥ ଭୁଲିଲାଣି

ବିଚାରକ ଏଠି ଦୋଷୀ

ବିଦେଶୀ ସଂସ୍କୃତି ବାସେ ମଲ୍ଲୀ ଭଳି

ଆପଣା ସଂସ୍କୃତି ବାସି....


ଜୀବନ ଯନ୍ତ୍ରଣା ଅସହ୍ୟ ହେଲାଣି

ବିବେକ ହେଲାଣି ସୁପ୍ତ

ଆହେ ଯୋଗମାୟା ହୁଅ ଆବିର୍ଭାବ

ଆତୁରେ ତୁମରି ଭକ୍ତ....


ଅବତରୀ ଆସ କାଳରାତ୍ରି ବେଶେ

ଧରି ବାତ୍ଯା ରୂପି ଅସ୍ତ୍ର

ଦୁଷ୍ଟ ବିନାଶିନୀ ଅଭୟ ଦାୟିନୀ

ଦୁଷ୍ଟଙ୍କୁ କର ବିଧ୍ବସ୍ତ....


Rate this content
Log in