STORYMIRROR

Akshayakumar Dash

Others

3  

Akshayakumar Dash

Others

ଦୁର୍ଦ୍ଦିନର ସମୟ

ଦୁର୍ଦ୍ଦିନର ସମୟ

1 min
240

ଦିନ ସବୁକୁ ସୁଦାମା ଦୁଃଖରେ କଟେଇଛି

କେତେକେତେ ପାହାଡ଼

ଅତିକ୍ରମ କରିଛି

ଗଛ ଚେର ପରି ରୋଗରେ ପଡିଛି

ପରିବାରଲୋକଙ୍କ ଅପବାଦ

ସାଙ୍ଗସାଥିଙ୍କ ଟାହୁଲିକୁ

ଝୁଣ୍ଟି ପଡୁଛି ହିଡଙ୍କ ଦେହରେ ।

କୁଣ୍ଡେଇ ହେଉଛି ପିଠି

ମାଟି ଧରିଲେ

ଅଙ୍ଗାର ହଉଛି

ଶନି ସପ୍ତା ଦୋଷ ଲାଗିଛି।

ହାତଛଡା ,ଓଲେଇ ଗାଈର ପଘା ପରି

ଖସିଯାଉଛି ସମୟ

ଶୋଇରହିଛି କୁମ୍ଭକର୍ଣ୍ଣ

କେତୁ ଗୋଡେଇଛି ଚନ୍ଦ୍ରଙ୍କୁ

ସମୟ ନାଚିଯାଉଛି ମରୀଚିକା ହୋଇ ।



Rate this content
Log in