STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଦୁର୍ବାର ସାହସ

ଦୁର୍ବାର ସାହସ

1 min
340


ସଂସାର ଜଟିଳ ପଥ କଣ୍ଟକିତ ସ୍ଵାପଦ ସଂକୁଳ

କୁହୁଡିଆ ନିଘଞ୍ଚ କଠୋର ଅନ୍ଧାରେ ଶୂନ୍ୟ କୋଳାହଳ

ବିପର୍ଯ୍ୟସ୍ତ ଖଣ୍ଡ ଖଣ୍ଡ ହୃଦୟ ରେ ଆଶା ଅସୁମାରୀ 

ଏଇତ ଆରମ୍ଭ ମାତ୍ର

ଚାଲିବାକୁ ପଥ ବହୁଦୂର ମୁଁ ଗୋଟେ ନିସ୍ଵ ପଥଚାରୀ  ।।


ରାତି ନପାହୁଣୁ ସତର୍କର ଘଣ୍ଟି ଭୟର ପାହାଡ

ପବନ ବିଞ୍ଚୁଛି ବିଷ ସୂର୍ଯ୍ୟ ଗୋଟେ ଅଗ୍ନିର ବଳୟ

ସଂପର୍କରେ ଫାଟ, କର୍ଦ୍ଦମାକ୍ତ ସେ ଅଚିହ୍ନା ରାସ୍ତା ଘାଟ

ଏକା ଏକା ବାଟୋଇ ମୁଁ

ଚାଲିବାକୁ ହେବ ପୁଣି ଆଖି ପାଉନାହିଁ କାହିଁ କେତେ ବାଟ  ।।


ସଞ୍ଜ ହେଲେ ମାଡି ଆସେ ନିଘଞ୍ଚ ପ୍ରପଞ୍ଚ ଅନ୍ଧାର

ପେଚା ଆଉ ବାଦୁଡ଼ି, ଚେମେଣୀ, ଶ୍ଵାନ,ଶୃଗାଳ ଚିରାଳ

ଅଦୂରେ ହଜିଯାଏ ନିରିହା କଳିକା ର ଆର୍ତ୍ତନାଦ ସ୍ଵର

ନର ରାକ୍ଷସ କବଳେ

ଶେଷ ପୂର୍ଣ୍ଣାହୁତି ବୋଧହୁଏ, ଅସ୍ପଷ୍ଟ ସେ ବିକଳ ଚିତ୍କାର  ।।


ଥକାମାରି ବସିବାକୁ ଖୋଜେ ଶୀତ ତରୁମୂଳ ଛାଇ

ଜରାଜୀର୍ଣ୍ଣ ବୃକ୍ଷ ହୀନ, ପଥଧାରେ ପାନ୍ଥଶାଳା କାହିଁ

ଶୁଷ୍କ ମୟ ଧରାତଳ ତୋଟପାଟି ଯାଉଅଛି ଶୁଖି

ଖଦ୍ୟୋତ ଆଲୋକ ଆଖି

ଅନ୍ଧ ହୋଇଯାଏ, ମନ ଘୁରିବୁଲେ ସତେ ଆହା ନିରିମାଖୀ  ।।


ଏଇପଥ ଅତିକ୍ରମ କରିବାର ଦୁର୍ବାର ସାହସ

ନେଇ ଚାଲୁଅଛି ଏକା ଏକା ଏ ଜୀବନ ପଥ

ଦିବାରାତ୍ରି ସକାଳ କି ସଞ୍ଜ ଭୟର ପାହାଡ଼

ସହା ବଳିଆର ଭୁଜ

ଦିଅ ହେ ସାହସ ଅତିକ୍ରମ କରିବାକୁ ଦିଅ ପ୍ରଭୁ ବଳ  ।। 



Rate this content
Log in