Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

3  

Writer Roja Panda

Others

ଦୁଇ ପୃଥିବୀର ଦୁଇଟି ମାଆ

ଦୁଇ ପୃଥିବୀର ଦୁଇଟି ମାଆ

2 mins
13K


ଦୁଇ ପୃଥିବୀର ଦୁଇଟି ମାଆ

ରୋଜା ପଣ୍ଡା


ମୋର ଦୁଇ ପୃଥିବୀ ,ସେଠି ଦୁଇଟି ମାଆ

ସବୁ ସୁଖ, ଦୁଃଖରେ ତାଙ୍କ ହେବି ମୁଁ ସାହା ।

ଗୋଟିଏ ପଟର ମାଆ ,ଯିଏ ଦେଲା ମତେ ଜନମ

ଆର ପଟର ମାଆ, ଯିଏ ଦେଲା ପୁଣି କରମ ।

ଜଣେ କ୍ଷୀର ଦେଇ ମତେ ଜୀବନ ଦେଲା

ଜଣେ ମମତାର ମିଠା ପରସ ଦେଲା ।

ଜଣଙ୍କର ଥିଲି ଝିଅ ,ହେଲି ଜଣଙ୍କର ବୋହୁ

ମୋ ଖୁସିରୁ ଅଧା ଅଧା ଦୁହିଁଙ୍କୁ ତ ମିଳିଯାଉ ।

ଜଣେ ଆଖି ଦେଲା ,ଜଣେ ଲୁହ ପୋଛିଲା

ଜଣେ ବିଦାୟ ଦେଲା ,ଜଣେ ସ୍ୱାଗତ କଲା ।

ଜଣେ ଦେବକୀ ହେଇ ନିଜ ଗର୍ଭେ ଧରିଲା

ଜଣେ ଯଶୋଦା ହେଇ ସର,ଲହୁଣୀ ଦେଲା ।

ଜଣେ ହୃଦୟ ଦେଲା ପୁଣି ଆତ୍ମା ଗଢିଲା

ଜଣେ ସେଥିରେ ସ୍ନେହ, ଶ୍ରଦ୍ଧା,ପ୍ରେମ ଭରିଲା ।

ଜଣେ ସଂସ୍କାର ଦେଲା ,ଜଣେ ଆଦର କଲା

ଜଣେ ଦାନ ବାଢିଲା, ଜଣେ ଗ୍ରହଣ କଲା ।

ଜଣେ ସୁରକ୍ଷା ପାଇଁ ମୋର ସାଥି ଖୋଜିଲା

ଜଣେ ନିଜ ରକତକୁ ମୋର ହାତେ ଛନ୍ଦିଲା ।

ଜଣେ ସ୍ୱାମୀଙ୍କୁ ମୋହର ନିଜ ପୁତ୍ର ମାନିଲା

ଜଣେ ସ୍ୱାମିରୁପେ ମତେ ନିଜ ପୁତ୍ରକୁ ଦେଲା ।

ଜଣେ ଅମୁଲ୍ୟ ସମ୍ପତ୍ତି ତାର ତ୍ୟାଗ କରିଲା

ଜଣେ ତାକୁ ପାଇ ପୁତ୍ର ଓଠେ ହସ ଦେଖିଲା ।

ଜଣେ ପର ହସ୍ତେ କନ୍ୟା ଟେକି ଲୁହ ଢାଳିଲା

ଜଣେ ପୁତ୍ର ଖୁସି ପାଇଁ ତାକୁ ଆଦରି ନେଲା ।

ଜଣେ ଅନ୍ଧ ଭଳି ମତେ ସ୍ନେହ ମମତା ଦେଲା

ଜଣେ ଦୁନିଆଁ ଚିହ୍ନାଇ ମୋର ଆଖି ଖୋଲିଲା ।

ଜଣଙ୍କ ପାଖରେ ଗେଲ ବସର ମୁଁ ଥିଲି

ଆର ଜଣ ପାଖେ ସ୍ନେହ ବାଣ୍ଟିବା ଶିଖିଲି ।

ଜଣଙ୍କ ପାଖରେ ବସି ଅଳି କରୁଥିଲି

ଆର ଜଣ ପାଖେ ମୋର କର୍ତ୍ତବ୍ୟ ପାଳିଲି ।

ଗୋଟେ ମାଆ ଘରେ ମୋର ଉଠିଥିଲା ଏନ୍ତୁଡ଼ି

ଆଉ ଗୋଟେ ମାଆ ଘରେ ଉଠିବ କୋକେଇ ବିଞ୍ଚି ଖଇ କଉଡ଼ି ।

ମୋର ଦୁଇ ପୃଥିବୀ, ସେଠି ଦୁଇଟି ମାଆ

ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ହୁଅନ୍ତୁ ସାହା ।

ମୋର ଆୟୁଷ ସବୁ ତାଙ୍କୁ ଦିଅନ୍ତୁ ବାଣ୍ଟି

ସାରା ଜୀବନ କଟୁ ତାଙ୍କ ଖୁସିରେ ଅତି ।

ସଦା ରହିଥାଆନ୍ତୁ ଚିର ଅମର ଦୁହେଁ

ହସ ଝଲସୁଥାଉ ନୀତି ତାଙ୍କରି ମୁହେଁ ।

ମୋର ହୃଦୟ କଥା ପ୍ରଭୁ ଶୁଣ ହେ ତୁହି

ଆଜି ଲେଖୁଛି ତତେ ମୋର ଗୀତରେ ମୁହିଁ ।



ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com



Rate this content
Log in