STORYMIRROR

Sunanda Mohanty

Others

2  

Sunanda Mohanty

Others

ଦୁଇ ବଣି

ଦୁଇ ବଣି

1 min
2.6K

ଯୋଡି ଯୋଡି, ବଣି ଯୋଡି 

କହିଦେଇଗଲେ, ଏଵେ ଯିବେଟି ଉଡି 

ରଥ ଦଉଡି ଭିଡି, ସ୍ମୃତି ଆସିବେ ଛାଡି 

ହେଲେ ଏଵେ ଜୀବନ ଓ ଜୀବିକା ର 

ସ୍ୱତନ୍ତ୍ର ଓ ଏକାନ୍ତ ଘଡି 

ସବୁରି ଜୀବନ ଦଉଡି,ଯାହା ହାତରେ ପଡି 

ବୁଲାଏ ସେ ଘିଡି ଘିଡି, ନାସିକା ନାଡି 

ବୁଝୁନାହାନ୍ତି ରଥ ତାଙ୍କ ଯିବ କେମିତି ଗଡି 

ଯୋଡି ଯୋଡି ବଣି ଯୋଡି 

ହତାସ ଓ ନିରାଶ ର ଖୋଲିକି ପେଡି 

 କେବେ ଉଠିପଡ଼ି ବାଛିବାକୁ ଧାନରୁଅଗାଡି

ଖାଦ୍ୟ ରଂକୁଣି କେମିତିଭୁଲିବତା ଆଶାବାଡ଼ି

ଯୋଡି ଯୋଡି ବଣି ଯୋଡି,

ଗଲେ ଉଡି ଡେଣା ଝାଡ଼ି  

ସର୍ବ ଶୁଭ ହେଉ ରଥ,ଚାଲୁ ଘିଡିଘିଡି

ଆଗକୁ ଗଡି ଗଡି ହାତେ ଧରି ଦଉଡି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍