ଦୁଇ ବଣି
ଦୁଇ ବଣି
1 min
2.6K
ଯୋଡି ଯୋଡି, ବଣି ଯୋଡି
କହିଦେଇଗଲେ, ଏଵେ ଯିବେଟି ଉଡି
ରଥ ଦଉଡି ଭିଡି, ସ୍ମୃତି ଆସିବେ ଛାଡି
ହେଲେ ଏଵେ ଜୀବନ ଓ ଜୀବିକା ର
ସ୍ୱତନ୍ତ୍ର ଓ ଏକାନ୍ତ ଘଡି
ସବୁରି ଜୀବନ ଦଉଡି,ଯାହା ହାତରେ ପଡି
ବୁଲାଏ ସେ ଘିଡି ଘିଡି, ନାସିକା ନାଡି
ବୁଝୁନାହାନ୍ତି ରଥ ତାଙ୍କ ଯିବ କେମିତି ଗଡି
ଯୋଡି ଯୋଡି ବଣି ଯୋଡି
ହତାସ ଓ ନିରାଶ ର ଖୋଲିକି ପେଡି
କେବେ ଉଠିପଡ଼ି ବାଛିବାକୁ ଧାନରୁଅଗାଡି
ଖାଦ୍ୟ ରଂକୁଣି କେମିତିଭୁଲିବତା ଆଶାବାଡ଼ି
ଯୋଡି ଯୋଡି ବଣି ଯୋଡି,
ଗଲେ ଉଡି ଡେଣା ଝାଡ଼ି
ସର୍ବ ଶୁଭ ହେଉ ରଥ,ଚାଲୁ ଘିଡିଘିଡି
ଆଗକୁ ଗଡି ଗଡି ହାତେ ଧରି ଦଉଡି.
