STORYMIRROR

Santosh Pattnayak

Others

3  

Santosh Pattnayak

Others

ଦୁହିତା

ଦୁହିତା

1 min
142

ଦୁଇଟି କୂଳର ହିତ ସାଧନରେ 

   ଅବଦାନ ଯାର ଅଛି 

ସର୍ବ ଗୁଣବତ୍ତା ଅଟେ ସେ ସଂସାରେ

   ବିଧାତା ଗଢିଛି ବାଛି ....


ବାପଘରେ ଢାଳେ ସେନେହର ବାରି

   ଶାଶୁଘରେ ସମର୍ପଣ  

 ପର ଆପଣାର ଦେଖେ ନାହିଁ କେବେ 

  ସଦା ଉତ୍ସର୍ଗିତ ପ୍ରାଣ .....

 

ଏ କୁଳର ଝିଅ ସେ କୁଳର ବୋହୂ

  ଦୁହିତା ଅଟେ ତା ନାମ

ଦୁଇ କୁଳର ସେ ହିତ କରିବାକୁ

  ସଂସାରେ ତାହାରି ଜନ୍ମ.....


ବାପ ଘରେ ବଢେ ଗେଲବସରରେ

  ଶାଶୁଘରେ କରେ କର୍ମ 

ଦୁଃଖ-ସୁଖ ଭାର ମଥା ପରେ ଥୋଇ 

  ବାଣ୍ଟି ଚାଲେ ସ୍ନେହ ପ୍ରେମ.....


ଏ କୁଳେ ଢାଳଇ ଭଗ୍ନୀର ମମତା 

  ସେ କୁଳେ ନିଗାଡ଼େ କ୍ଷୀର

 ଏ କୁଳ ଚରିତ୍ର ଅଲିଅଳି ଜେମା 

   ସେଇଠି କୁଳବଧୂର.....


ବିଧାତା ନିହିଛି ଅପୂର୍ବ ଗଢଣ

  ହୃଦେରେ ସହନ ଶକ୍ତି 

ଦୁଇ କୁଳ ପାଇଁ ହିତ ସାଧନରେ 

   ସଦା ତାର ଭକ୍ତି ମତି....

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍