ଦଶହରା
ଦଶହରା
1 min
496
ମହାଳୟା ଅବସରେ ଦଶଭୂଜା
ଅବତରୀ ଧରାପରେ
ଭକ୍ତିମୟ,ଶକ୍ତିମୟ ,ଜ୍ୟୋତିର୍ମୟ
କରିଲ ମା' ଧରଣୀରେ।
ଅସୁର ପ୍ରବୃତ୍ତି ଦୂରୀଭୂତ ହେଲା
କାମୁକ ମାନଙ୍କ ଠାରୁ
ସତେଅବା ଜଗଦମ୍ବାଙ୍କ ତ୍ରିଶୁଳ
ନାଶକଲା ମଗଜରୁ।
ଦଶ ଦିନ ଦଶ ରାତ୍ରିର ସମୟ
କୁହୁକ କିମିଆ କଲା
ପାପର ପ୍ରକୋପ ଅସମ୍ଭବ ରୂପେ
ପୃଥ୍ବୀ ପରୁ ଦୂରହେଲା।
ଆଜି ଦଶହରା କ୍ଷଣରେ ମାଆ ଗୋ
ଯାଉଅଛ ଛାଡି ଧରା
ତୁମ ବିନା ମାଆ ଧରଣୀ ବାସୀ ଯେ
ହୋଇଯିବେ ବେସାହାରା।
ମାତି ଉଠିବେ ଲମ୍ପଟ ମାନେ ପୁଣି
ପାଶବିକ ପ୍ରକୃତିରେ
ନାରୀଙ୍କ ଇଜ୍ଜତ ହେବ ଭୂଲୁଣ୍ଠିତ
ଲୋଲୁପଙ୍କ ଚାହାଣୀରେ।
ପାପର ନାଶନ,ଦୁଷ୍ଟଙ୍କ ଦଳନ
ବିଜୟାଦଶମୀ ରୀତି
ଚିରଦିନ ପାଇଁ ପାପୀଙ୍କ ସଂହାର
କରିଯାଅ ଯଶୋମତି।
