ଦଶହରା ଦିବସ
ଦଶହରା ଦିବସ
ରଚନା : ଶ୍ରୀ ରାଜଶେଖର ସି 'ଚିମା'
ଦଶହରା ଦିବସ ଯେ ଦୀର୍ଘକାଳ ଦେଶାଚାର,
ବିଜୟ ଦଶମୀ ଦିନ ଯେ ହୁଏ ଶକ୍ତି ସ୍ୱରୂପିଣୀଙ୍କ ପୂଜା ଉପଚାର |
ଆଶ୍ଵିନ ଶୁକ୍ଳଦଶମୀ ଦିନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପାଇଁ ବହୁ ବିଶେଷ,
ରାଜାଧିରାଜ ଶ୍ରୀ ଜଗନ୍ନାଥଙ୍କର ହୁଏ ରାଜରାଜେଶ୍ୱର ସ୍ୱର୍ଣ୍ଣ ବେଶ |
ଅତି ପ୍ରାଚୀନ ପରମ୍ପରା ଯେ ପୁରୀ ଗୋସାଣୀ ଠାକୁରାଣୀଙ୍କ ଯାତ୍ରା,
ମହାଶକ୍ତି ମହାଦେବୀଙ୍କର ଏହା ଯେ ବିଶିଷ୍ଟ ଯାତ୍ରା |
ଜଗତ ଜନନୀ ଦେବୀ ଦୁର୍ଗାଙ୍କ ସହ ଦେବୀ ମହାଲକ୍ଷ୍ମୀ ବାଗ୍ଦେବୀ ପରମ ପୂଜନୀୟ ,
ମହିଷାସୁର ମର୍ଦ୍ଦିନୀଙ୍କୁ ସାହାଯ୍ୟ କରନ୍ତି ଶ୍ରୀ ଗଣନାୟକ କାର୍ତ୍ତିକେୟ |
ଲଙ୍କାଧିପତି ରାକ୍ଷସରାଜ ରାବଣ ପ୍ରତି ବିଜୟୀ ପ୍ରାପ୍ତ କରନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ,
ସୀତାପତି ରଘୁପତିଙ୍କ ଗୁଣଗାନ ରହିବ ଅବିରାମ |
ହିମାଚଳ ପ୍ରଦେଶରେ ପାଳିତ ହୁଏ କୁଲୁ ଦଶହରା ,
ରଘୁନାଥଙ୍କ ଏହି ପର୍ବ ଅତ୍ୟନ୍ତ ନିଆରା |
ଦୁର୍ଜନ ହନନର ପ୍ରତୀକ ରାବଣ ଦହନ,
ସମାଜରୁ ଦୁର୍ଗୁଣର ଏମିତି ହୋଉ ଚିରଦିନ ପାଇଁ ବହନ |
ସାର୍ବଜନୀନ ଦୁର୍ଗା ମଣ୍ଡପରେ ହୁଏ ଜଣ ସମାଗମ ,
ଭକ୍ତି ଭାବନାର ପ୍ରବାହ ହୋଉ ଯେ ସୁଗମ |
ଦଶହରା ଦିବସ ନିତ୍ୟ ନୂତନ ପୁରାତନ ପର୍ବ,
ସନାତନ ଧର୍ମ ଅନୁଗାମୀଙ୍କୁ ପାଇଁ ଯାହା ସର୍ବଦା ଅପୂର୍ବ |
