ଦଶଭୁଜା
ଦଶଭୁଜା
ପ୍ରତିମା ଦାସ
ଦେଖିଛକି କେବେ ସିଂହବାହିନୀଙ୍କ ସଂଗେ
ମିଶି ଲଢିଛନ୍ତି ତ୍ରିମୁର୍ତ୍ତୀ ଅବା ସମସ୍ତେ।।
କେବଳ ଶୁଣିଛ ଅସ୍ତ୍ର ଓ ଅଭୟ ଦେଇ,
ରହିଗଲେ ଶ୍ରୀଦେବ ନିଜ ନିଜର ରାସ୍ତେ।।
ହେ ନାରୀ!! କ୍ଷଣେ ଧ୍ୟାନ ଦେଇ ଭାବେ,
ତୋ ଲଢାଇ ଲଢିବୁ ଏକେଲା ଏହି ଭବେ ।।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ନ ପାରନ୍ତି ତୋତେ,
ଆଉ କଣ କହିବା?(ଏ) ବାର୍ତ୍ତା ଯାଉ ଜଗତେ।।
ତୋ ଯୁଦ୍ଧ ବାଦେ ରହିବୁ ଅନ୍ୟ ଦାୟିତ୍ବେ,
ତୁ ନୁହଁ ଅବଳା ଦୁର୍ବଳା ହେ ଦଶଭୁଜେ!।
ରକ୍ଷା କର ରକ୍ଷା କର ଡାକିଲେବି ଯେତେ,
କେହି ବି ଆସିବେନି ତୁମ ରକ୍ଷା ନିମନ୍ତେ।।
ତୁମେ ତୁମ ଉପବନେ ଜଗୁଆଳି ନିଜେ,
ହସୁଥାଅ ରଚୁଥାଅ ସୃଷ୍ଟି ହେ!ଦଶଭୁଜେ।।
ନାରୀ ତୁ ସ୍ବୟଂ ଦୁର୍ଗା ବିସ୍ମୃତ ନ ହେଉ କେବେ,
କାନିଅଗେ ଗଂଠି ପକା ମହାଷ୍ଟମୀ ରେ ଆଗେ।।
