STORYMIRROR

Debabrata Jena

Others

3  

Debabrata Jena

Others

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ

1 min
1.9K


ମୁଁ ମୁଁ ବୋଲି କହି ତୁ ଚାଲିଛୁ

ନେଇ ଯିବୁ ତୁହି କିସ

ତୋହର ଅସ୍ତିତ୍ବ ମାଟିରେ ମିଶିବ

ନେଲେ ତୁ ଶେଷ ନିଶ୍ୱାସ ।।


ଏ ଜୀବନ ଅଟେ କ୍ଷଣିକ ସମୟ

କେବେ ପୁଣି ହେବ ଲୀନ

ଜୀବନଟା ଯଦି ପାଇଛ ହେ ବନ୍ଧୁ

ଉପଯୋଗ କର ପୂର୍ଣ୍ଣ ।।


ଜୀବନଟା ଅଟେ କଣ୍ଟକିତ ପୂର୍ଣ୍ଣ

ଉତ୍ଥାନ ପତନ ଥାଏ

ସେ ବନ୍ଧୁର ପଥେ ଚଳେ ଯେଉଁ ଯାତ୍ରୀ

ଅମୀୟ ପରଶ ପାଏ ।।


କର୍ତବ୍ୟ,ନିଷ୍ଠା ଓ ମାନଵିକତାକୁ

ବାନ୍ଧି ରଖି ଥିବୁ ଯେବେ

ଆଗୁସାର ହେବୁ ଅମୃତର ପଥେ

ସର୍ବେ ତୋତେ ଝୁରୁଥିବେ ।।


ଏଇ ଜୀବନଟା ନିଜ ପାଇଁ ନୁହେଁ

ବଞ୍ଚିବା ଅନ୍ୟର ପାଇଁ

ସ୍ୱର୍ଗ ସୁଖ ପ୍ରାପ୍ତି ସମ ସେ ବଞ୍ଚିବା

ଦ୍ରଷ୍ଟା ଏକା ସ୍ୱୟଂ ସାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍