ଦୃଶ୍ୟ ଏକ ଚିଲିକାର
ଦୃଶ୍ୟ ଏକ ଚିଲିକାର
ଦୃଶ୍ୟ ଏକ ଚିଲିକାର
ରୋଜା ପଣ୍ଡା
ମାହେନ୍ଦ୍ର ଲଗ୍ନର ମହାମିଳନରେ
ଆତ୍ମା ଓ ଶରୀର ହୋଇଯାଇଥିଲା ଏକାତ୍ମ ,
ବାଜି ଉଠିଥିଲା ମନ୍ଦ୍ର ମଧୁର ମହୁରୀ ଝଙ୍କାର
ନୟନରେ ମୋର ଦୃଶ୍ୟ ହେଲା ଯେବେ
ଚିଲିକାର ସେଇ ଅପୂର୍ବ ରମ୍ୟ ।
ମରାଳମାଳିନୀ ବକ୍ଷରେ ତାହାର
ଲକ୍ଷ୍ୟ ଲକ୍ଷ୍ୟ ପକ୍ଷୀଙ୍କ ମୁଖରିତ କୋଳାହଳ ,
ଫ୍ଲେମିଙ୍ଗୋ , ପିନଲେଟ ,ଓ ଗଡ଼ଉଇଟ ଭଳି
ବିଦେଶୀ ପକ୍ଷୀଙ୍କ ମେଳ ।
କି ମନୋହର ତା ବିହଙ୍ଗ ସୁର
ସତେ ଅବା ବୀଣା ମୂର୍ଚ୍ଚନା ଧାର ,
ଶ୍ୟାମଳ ବନକୁ ନୀଳ ବାରିଧାରା
ଅପୂର୍ବ ବର୍ଣ୍ଣନା ତାର ।
ପହିଲି ପରଶ ନବ ବସନ୍ତର
ଛୁଇଁଯାଏ ଯେବେ ଚିଲିକା ବକ୍ଷ ,
ନେସି ହୁଏ ମନେ ଫୁଲକିତ ପ୍ରେମ
ହେଇଥାଉ ଯିଏ ଯେତେ ଅବା ରୁକ୍ଷ ।
ସାଂଧ୍ୟକାଳୀନ ସେଇ ନିଡ ଫେରା ବିହଙ୍ଗମ
ହୃଦୟକୁ ମୋର ମନମୁଗ୍ଧ କରି
ଆନମନା କଲା ମନ ,
ଆପଣାର ପାଇଁ ଏ ସ୍ୱର୍ଗ ମହିରେ
ବାଛିନେବାପାଇଁ ଛୋଟିଆ ନୀଡ
ଦେଖୁଥିଲା ମନ କେତେ ମିଠା ମିଠା
ଝିଲମିଲ ଝିଲମିଲ ସୁନା ସପନ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର
ମଧୁପାଟଣା,କଟକ