STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଦର୍ପଦଳନ

ଦର୍ପଦଳନ

1 min
2.4K


  ଭାବିଥିଲି ଦିନେ     ମୋ ପରି ପ୍ରେମିକ

ଜଗତେ ଆଉ କେ ନାହିଁ

 ମୋ ଭଳିଆ ଭଲ   କେହି ପାଇ ନାହିଁ

କେହି ବି ପାଇବେ ନାହିଁ

 

    ଭାଙ୍ଗିଦେଲ ମୋର     ଗର୍ବ ଅହଂକାର

ଅସ୍ତ୍ର କରି ମୋର ପ୍ରେମ

    ଯେପରି କରିଲ       କୃଷ୍ଣ ଅବତାରେ

କାଳୀୟ ଦର୍ପଦଳନ

 

ତୁମେ ମୋ ପ୍ରେମିକା  ତୁମେ ମୋର ସଖା

ବାପା ମାଆ ହୋଇଯାଅ

ତୁମ ବିନା ଲାଗୁ           ଶୂନ୍ୟ ଏ ଜୀବନ

ଏତିକି ଭାବନା ଦିଅ

 

      ଦେଖିଲି ସପନ      କାଟିଦେଲି ଦିନ

ଯାଉଛି ସରି ଜୀବନ

       କ୍ଷମା କରି ମୋତେ      କୋଳ କରି ନିଅ

ପାଦ ତଳେ ଦିଅ ସ୍ଥାନ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍