STORYMIRROR

Mamatamanjari Das

Others

4  

Mamatamanjari Das

Others

ଦୃଢ଼ ନିଷ୍ପତ୍ତି

ଦୃଢ଼ ନିଷ୍ପତ୍ତି

1 min
205

ହୃଦୟର କଥା ଲେଖିବାକୁ ହେଲେ

ଆଖିରୁ ଝରେ ମୋ ଲୁହ

ସେ ଲୁହରେ ପୁରିଛି ଯେତକ ଯନ୍ତ୍ରଣା

ଅଭିମାନ ଆଉ ବେଦନାର 

ଅସରନ୍ତି କୋହ ।


ମୁହଁର ହସକୁ ଦେଖିଲେ ସମସ୍ତେ

ଦେଖିଲେନି ହୃଦୟ କୋହ

ସେଥିଲାଗି ଆଜି ନୀରବେ ମୋ ଓଠ

ପିଉଛି ଆଖିର ଲୁହ ।


ଅଙ୍କା ବଙ୍କା ଏଇ ଜୀବନର ପଥେ

ମୁଁ ତଥାପି ଆଶାୟୀ ଅଛି

ଭାଙ୍ଗି ପଡିବିନି ଜୀବନରେ କେବେ

ଦୃଢ଼ ନିଷ୍ପତ୍ତି ନେଇଛି ।


ଅନ୍ଧକାର ମୟ ଦୁଃଖର ମୁହୂର୍ତ୍ତ

ଅଛି ଯେତେ ଜୀବନରେ

ନାଶିବାକୁ କ୍ଷୁଦ୍ର ପ୍ରଚେଷ୍ଟା କରେ ମୁଁ

ପ୍ରାଣ ଦେଇ କବିତାରେ ।


ଲୁହ ମୋର ଯେବେ ଲହୁ ହୋଇ ଝରେ

ଶବ୍ଦ ସବୁ ହୋଇଯାନ୍ତି ଯନ୍ତ୍ରଣାର ସାଗର

ସେଇ ସମୁଦ୍ରରୁ ଶବ୍ଦ ମୁଁ ସାଉଁଟି

ଦିଏ କବିତାର ଆକାର।


Rate this content
Log in