STORYMIRROR

Chittaranjan Lenka

Others

1  

Chittaranjan Lenka

Others

ଦୋଷ ଦେବି ନାହିଁ ତୋତେ ରେ କାଳିଆ

ଦୋଷ ଦେବି ନାହିଁ ତୋତେ ରେ କାଳିଆ

1 min
2.4K


ଏମିତି ମାୟାରେ   ଢାଙ୍କି ଦେଲୁ ମୋତେ

ବୁଦ୍ଧି ହୋଇଗଲା ବଣା

କହି ପାରୁ ନାହିଁ         ସହି ପାରୁ ନାହିଁ

ତୋତେ କି ଏହା ଅଜଣା

 

ଯାହାକୁ ଭାବିଲି         ଜୀବନ ମୋହର

ସେ ମୋର ଜୀବନ ନେଲା

ତୁ ଏକା ଜାଣିଛୁ        କେଉଁ ଜନମର

ପାଉଣା ଦେବାକୁ ଥିଲା

 

ଦୋଷ ତୋତେ ଦେବି     ନାହିଁରେ କାଳିଆ

ପାପ ଭାର ବଢି ଯିବ

କେବଳ ଭାବୁଛି         ସେ ମାୟା ଜାଲରୁ

କେବେ ମୋ ମୁକତି ହେବ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍