STORYMIRROR

Gouri Panda

Others

3  

Gouri Panda

Others

ଦୋ ଛକିରେ ଜୀବନ

ଦୋ ଛକିରେ ଜୀବନ

1 min
283

ଦୋ ଛକିରେ ଜୀବନ

ଲାଗେ ବଡ ହୀନିମାନ।

ଛି, ଛି, ଏମିତି ଜୀବନ

ନଥିବା ସଙ୍ଗେ ସମାନ।

ଦୋ ଛକିରେ ଜୀବନ

ମଝି ନଦୀ ରେ ମରଣ।

କେମିତି ବଞ୍ଚିବ ସିଏ

ଦୋ ଛକିରେ ଅଛି ଯିଏ।

ଏଣେ ମାରିଲେ ଗୋ ହତ୍ୟା

ତେଣେ ମାରିଲେ ବ୍ରହ୍ମ ହତ୍ୟା

କାହାକୁ କରିବ ସାନ

କାହାକୁ ଦେବ ସେ ମାନ।

ରହେ ସଦା ଘାରି ହୋଇ

ବୁଦ୍ଧି ତାକୁ ଦିଶେ ନାଇଁ।

ଚିନ୍ତା କରି ଦିନୁ ଦିନ

ହୁଏ ତାର ତନୁ କ୍ଷୀଣ।

ଜୀବନ ଜଞ୍ଜାଳ ଲାଗେ

ଦୁଃଖ କହିବ କା ଆଗେ?

ଦୋ ଛକି ରେ ଜୀବନ

ସତେ, ବଡ ହଇରାଣ ।

ଏମିତି ଜୀବନ ଯା'ର

ମାନିଯାଏ ଶୀଘ୍ର ହାର।

ବୁଦ୍ଧି ନ ଦିଶ୍ଇ ତାକୁ

ଦୁଃଖ କହିବ କାହାକୁ?

ଆହେ ପ୍ରଭୁ ଭଗବାନ

ବଡ କଷ୍ଟ ଏ ଜୀବନ।

ଦୋ ଛକି ରେ ଜୀବନ

ସବୁବେଳେ ହୁଏ ହୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍