STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ଦଣ୍ଡକାଳୀ ଯାତ୍ରା

ଦଣ୍ଡକାଳୀ ଯାତ୍ରା

1 min
124

ପ୍ରାଚୀନ ସଂସ୍କୃତି ଯାତ୍ରା ନୃତ୍ୟ ରୀତି

   ବିଶ୍ୱାସ ଧର୍ମୀୟ ଭାବ 

ଆମ ପରମ୍ପରା  ଆଦର୍ଶରେ ଭରା

    ସାମାଜିକ ସଦଭାବ ll


ଦକ୍ଷ ପ୍ରଜାପତି ପତ୍ନୀଯେ ପ୍ରସୂତି

   ଅଭିଶାପେ ଶିବ ଦଣ୍ଡ

ଦଣ୍ଡ ଲିଙ୍ଗ ରୂପ ଶିବଙ୍କ ସ୍ୱରୂପ

    ପୂଜେ ଭକ୍ତ ନୃତ୍ୟେ ଦଣ୍ଡ ll


ଇନ୍ଦ୍ର ବୃହସ୍ପତି  କୁବେର ପୁତ୍ରାଦି

     ପରିହାସ ଋଷିବରେ 

ଅଷ୍ଟବକ୍ର ଋଷି  ଅଭିଶାପେ ଶାସ୍ତି

      ଚଢେଇଆ ଶବରରେ ll


ଗରୁଡ଼ ଆଦେଶ  ଅଷ୍ଟବକ୍ର ଋଷି ଶେଷ 

      ତେର ଚଢେଇଆ ମୃତ

ଶବରଙ୍କ ପତ୍ନୀ  ଆକୁଳେ ପୂଜନ୍ତି

      କାଳୀ ମାତା ପ୍ରସନ୍ନିତ ll


କାଳୀଙ୍କ ଆଶିଷ  ପତ୍ନୀଙ୍କ ବିଶ୍ୱାସ

     ତେର ଶବର ଜୀବିତ

ପର୍ବ ତେର ଦିନ  ନୃତ୍ୟ କାଳୀ ଦଣ୍ଡ

      ପୂଜା ଯଜ୍ଞ କାଳୀ ବ୍ରତ ll


ଧୂଳି ପାଣି ଦଣ୍ଡ  ଅଗ୍ନି ରାତ୍ର ଦଣ୍ଡ

    ସଂକଳ୍ପ ଶୁଦ୍ଧତା ମନ

ପଣା ସଂକ୍ରାନ୍ତିରେ ସଂକଳ୍ପ ଶେଷରେ

     ଦଣ୍ଡ ନୃତ୍ୟ ଉଜ୍ଜାପନ ll


କାଳୀ କପାଳିନୀ ଖର୍ପର ଧାରିଣୀ

      ମହିଷାସୁର ମର୍ଦିନୀ

ପ୍ରାର୍ଥନା ଆମ୍ଭର  ଦୁଷ୍ଟ ନାଶ କର

     ସୁଖ ଶାନ୍ତି ପ୍ରଦାୟନୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍