STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଦନାର ମାଝୀ

ଦନାର ମାଝୀ

1 min
189

ନିଷ୍ପେସିତ, ନିରୀହ, ଦୁସ୍ଥ, ନିର୍ଘାତ ଦୁଃଖର ଯାତନା 

ଦାରିଦ୍ର୍ୟ,ନିର୍ଦ୍ଧନ,ନିଃସ୍ଵ, ନିରାଶ୍ରୟ, ଅସହ୍ୟ ଯନ୍ତ୍ରଣା

ନିଷ୍ପେସିତ, ମେହନତି, ଜଙ୍ଗଲି, ଖଟିଖିଆ

ଦାନ ମାଝୀ ହିଁ ତା’ର ନାଁ ।।


କେତେ ନିଉଛାଳି କାକୁତି, ମିନତୀ ବ୍ୟର୍ଥ

ଅଶ୍ରୁଳ ତର୍ପଣ, ହୃଦୟ ବିଦାରକ ବିଳାପ,

ନିରୀହ ନିଷ୍ଠାପ ଶିଶୁର ଶ୍ଵାସରୁଦ୍ଧ କୋହ

ତରଳାଇ ପାରିଲାନି ନିଷ୍ଠୁର, ନିଥର ହୃଦୟ

ନିର୍ବାକ ସେଦିନ ଦାନ ମାଝୀ ଆଉ ତା ଅବୋଧ ଝିଅ ।।


ବେସାହାରା, ବୃଥା, ମୂଢ, ଗରୀବି ଅଭାବି

କେଉଁ ଏକ ନିପଟ ବଣ ଭିତରର ଅଜଣା ବଣୁଆ ଜୀବନ

ଆସିଥିଲା ବଇଦ ପାଖକୁ କେତେ ଆଶା ବାନ୍ଧି

ବିଶ୍ଵାସ ହଜିଗଲା ବଇଦର ଘରେ 

ଯେତେବେଳେ ନିଜର ମଣିଷ ପାଲଟିଗଲା ନିଷ୍ପନ୍ଦ ନିଷ୍ପ୍ରାଣ ।।


ନିରାଶ୍ରୟ ମାଂ ଜଗଦୀଶ ରକ୍ଷ

ବସ୍ତାରେ ବାନ୍ଧିଲା, କାନ୍ଧରେ କାନ୍ଧେଇଲା

ନିଷ୍ପାପ ଶିଶୁ କନ୍ୟା ଆଗେ ଆଗେ ବାଟ କଢ଼େଇଲା 

ମାଇଲ ମାଇଲ ଆଖି ପାଉନଥିବା ରାସ୍ତା ଅଖିଆ ଅପିଆ

ପାହାଡିଆ ବନ୍ଧୁର ପଥରେ ଚାଲିଲା ତ ଚାଲିଲା

ଦାନ ମାଝୀ ଅନେକ ଦୁଃଖର ଦୁଃଖ ।।


ଦୃଶ୍ୟ ଶେଷେ ଯବନିକା ପାତ, ଆଉ ଏକ ନୂତନ ଅଧ୍ୟାୟ

ବଦଳିଗଲା ରୂପରେଖ ରଙ୍ଗ ଏବଂ ଅବଶୋଶର କାହାଣୀ

ଏବେ କାଳ ରାତ୍ରଜାମେ ଜୀବନର ନୂତନ ଅଦ୍ଭ୍ୟୁଦୟ 

ସେ ଦୁଃଖ ସେ ଯନ୍ତ୍ରଣା ମନେପଡୁନି କି ପଡ଼ିବନି ।।


ଆକାଶରେ ତାରାଟେ ମିଟି ମିଟି କରି

ଡାକ ଛାଡୁଛି ହାତ ଠାରି

ହେ ଦାନ ମାଝୀ, ହେ ହେ ଦନାର ମାଝୀ ।।


Rate this content
Log in