STORYMIRROR

Ajaya Kumar Mohanty

Others

2  

Ajaya Kumar Mohanty

Others

ଦିନ ପ୍ରତିଦିନ

ଦିନ ପ୍ରତିଦିନ

1 min
752






ସମସ୍ତେ ଏଠି ଅସନ୍ତୁଷ୍ଟ

କଥା କାମରେ ବିଭେଦ।

ଅଭିଯୋଗରେ ପାରଙ୍ଗମ

ସୁଖରୁ ହୁଅନ୍ତି ବାସନ୍ଦ ।।


ବସ୍ ନୁହଁଇ ପସନ୍ଦ

ଚାକିରି ନଦିଏ ସନ୍ତୋଷ।

ଜାତିକୁ ନେଇ ସଂରକ୍ଷଣ

ଦକ୍ଷତା ପାଏନା ସମ୍ମାନ ।।


ସ୍ତ୍ରୀ ସୁନ୍ଦରୀ ପଡୋଶୀଙ୍କ

ଯୌତୁକ ମିଳିନି ଯଥେଷ୍ଟ ।

ଆକାଶ ଛୁଆଁ ଘର ଖର୍ଚ୍ଚ

ଆୟରୁ ବ୍ଯୟ ତ ଅଧିକ।।


ବାପାର ବୋଝ ଛଅ ମାସ

ଘରଣୀ ରାଗରେ ପଞ୍ଚମ।

କାମବାଲି ନୁହେଁ ନିୟମିତ

ବଢିଚାଲେ ତା ରକ୍ତଚାପ ।।


ମୁଣ୍ଡରେ ନାହିଁ ଗୋଟେ ଚୁଳ

ଘର ହୋଇପାରିନି ଦ୍ବିତଳ।

ପଡୋଶୀଙ୍କର ଗାଡି ଫୋର୍ଡ

ତୁମ ଚଢୁଛ ବାଜାଜ୍ ସ୍କୁଟର୍।।


ଲୁଣ ଖାଇଯାଏ ହାଣ୍ଡି

ଚିନ୍ତାରେ ଝଡିଯାଏ ଗଣ୍ଡି।

ଶିଙ୍ଘ କାହିଁ ଭାଗ୍ଯରେ ଘୋଡାର

କେତେ ସ୍ବପ୍ନ ସତ ବାୟାଙ୍କର।।

=================

ଅଜୟ କୁମାର ମହାନ୍ତି

ଇଉନାଇଟେଡ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ

ମୁଖ୍ୟ କାର୍ଯ୍ୟାଳୟ

11 ହେମନ୍ତ ବସୁ


Rate this content
Log in