STORYMIRROR

Sukanti Hotta

Others

2  

Sukanti Hotta

Others

ଦିନ ଗଣୁଛି

ଦିନ ଗଣୁଛି

1 min
3.1K

କି ଭାଗ୍ୟ ସତରେ ମୋର

ବିଭିନ୍ନ ରକମ ସୁଆଦିଆ ଖାଦ୍ୟ

ମୋ ଦେହରେ ଭରପୁର

ପିଲାଠାରୁ ବୁଢ଼ାବୁଢୀ ସଭିଏଁ

କରନ୍ତି ମୋତେ ଆଦର

ଅତି ଯତ୍ନରେ ସ୍କୁଲ ଅଫିସ ବେଗରେ

ସଭିଙ୍କ ପାଖରେ ଥାଏ

ଖାଇବା ଛୁଟିରେ ମନ ଆନନ୍ଦରେ

ବନ୍ଧୁ ମାନଙ୍କୁ ମୁଁ ପାଏ

ଏକଠାରେ ବସି ଖାଇବା ସମୟେ

ହସମଜା କରନ୍ତି

ଅତି ସେନେହରେ ଆମକୁ ଖୋଲି

କ'ଣ ଅଛି ଦେଖନ୍ତି

ଆମେ ସବୁ ବନ୍ଧୁ ଖାଇବା ସମୟେ

ପରସ୍ପର ଭେଟୁ ଥାଉ

ବନ୍ଧୁ ମିଳନକୁ ଉପଭୋଗ କରି

ଅତି ଆନନ୍ଦିତ ହେଉ

କରୋନା ରୂପକ ରାକ୍ଷାସ ଯେବେଠୁଁ

ପୃଥିବୀକୁ ଗ୍ରାସି ଅଛି

ସ୍କୁଲ ଅଫିସ ବନ୍ଦ ଥିବା ଯୋଗୁଁ

କଣେ ପଡି ରହିଅଛି l

ବନ୍ଧୁ ମିଳନର ଦିନକୁ ଗଣୁଛି

ଏକୁଟିଆ ପଡିରହି

ସାଙ୍ଗସାଥୀ କଥା ନିତି ଭାବିଭାବି

ଲୁହ ମୋର ସୁଖୁନାହିଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍