STORYMIRROR

Sunanda Mohanty

Others

3  

Sunanda Mohanty

Others

ଦୀପାବଳୀ

ଦୀପାବଳୀ

1 min
253


 

ଶୁଭ ଦୀପାବଳୀ ଜାଳି  

ବନ୍ଦେଇବା ମହାକାଳୀ 

ଅମାବାସ୍ୟା ତିଥିରେ 

ସର୍ବେ ହୋଇ ଏକ ମେଳ

କାଉଁରିଆକାଠି ଜାଳ 

ଆସିବେ ପିତୃପୁରୁଷ 

ଆଶିଷ ଦେବାକୁ ଢାଳି 

ସର୍ବେ ହେବା କୋଳାକୋଳି 

ଶୁଭ ଦୀପାବଳୀରେ 


ଆଲୋକର ପର୍ବ 

ଏହି ସ୍ୱାର୍ଥ ଛଳନା ନାହିଁ 

ଶୁଭ ଦୀପାବଳୀ ନେଇ 

ଆସିଛି ବରଷକେ ଥରେ ହରଷେ 

ଦୀପ ଦେବା ଜଳାଇ

ଅମା ଅନ୍ଧାର ଯାଉ ଦୁରେଇ 

ପୂର୍ବସୂରୀ ଅନୁସରି କର୍ତ୍ତବ୍ୟ କର୍ମ କରି 

ଆଗୁସାର ଯିବାରେ ହୋଇ 


ଶୁଭ ଦୀପାବଳୀ ବାର୍ତ୍ତା 

ପିତୃପୁରୁଷ ପଦେ ନୁଆଁଇ ମଥା  

କହିବା ସଭିଙ୍କୁ ମିଠା କଥା 

ପର ପିଢ଼ି ପାଇଁ ରଖିଯିବା ବାର୍ତ୍ତା 

ଶୁଭ ଦୀପାଳିରେ ଶୁଭ ସତ୍ୟତା 

ଆଣିଦେଉ ପରିପକ୍ଵତା

ମାଆ କାଳୀଜଗତଜିତା  

ପ୍ରଣିପାତ ଘେନ ମାତା 

ଶୁଭ ଦୀପାବଳୀରେ ଶୁଭ ସଭ୍ୟତା 


ଏହି ଦିନ ହୋଇ ହରଷ 

ବିତୁଥାଉ ବରଷ ବରଷ  

ମନରେ ଆସୁ ବିଶ୍ୱାସ 

ନଆସୁ ଜୀବନେ ଅଣଚାଷ 

ଅବା ବାଆ ବତାସ 

ସଂତ୍ରାସ ମହାକାଳୀ କର ମହୀ ଉଶ୍ୱାସ 

ନେବାକୁ ପିୟୁଷ ନିଶ୍ୱାସ 

ଶୁଭ ଦୀପାବଳୀ ଦେଉ ଶୁଭ ଆଶିଷ 

ଆଲୋକରେ ଦୂରେଇ ଯାଉ ଭୟ ଓ ତ୍ରାସ 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍