STORYMIRROR

Pratima Das

Others

2  

Pratima Das

Others

ଦୀପାବଳୀ

ଦୀପାବଳୀ

1 min
1.5K


ଆମ ପିଲାଦିନ ଦୀପାବଳୀ

ପିଠା ପଣା ହୁଏ ଥାଳି ଥାଳି

ମୁରୁଜ ବୋଇତେ ଲଦା ହୁଏ କେତେ

ଖସା , ଚାଉଳ,ବିରିଡାଲି।।


ବୁଢ଼ା ଚକୁଳିଟା ମଝିରେ ଥୋଇଣ

ବୋଉ ଦଉଥାଏ ହୁଳହୁଳି

ବାପା ବଡବାପା କାଉଁରିଆ ଜାଳି

ବଡ ବଡୁଆଙ୍କୁ ଡାକନ୍ତି ପାଟି କରି ।।


କୁଟୁମ୍ବ ବାଟୁମ୍ବ ମିଶିକରି

ଛଡାଛଡି ହୋଇ ପିଠା ଖିଆ ହୁଏ

ଆନନ୍ଦେଏକ ବାର ବୋଲି ହରି

ଦୀପ ଜଳୁଥାଏ ଥିରି ଥିରି। ।


ଏବ ପିଲାଙ୍କର ଦୀପାବଳୀ

ଆଲୋକର ପର୍ବ ଦୀପାବଳୀ

ବାଣ ପଟୁଆର ବାୟୁ ପ୍ରଦୂଷଣ

ନ ଥାଏ ଆନନ୍ଦ ଲହରୀ ।।


ଦୀପ ଜଳୁଥାଏ ଥିରି ଥିରି

ଲିଚୁ ଝଲମଲ ଦେଖିକରି

ଭାବୁଥାଏ ଦୀପ ରହିଛି ରହିବି

ମାନବ ଆଦ୍ୟରୁ ଅନ୍ତସରି।।


ଲିଚୁ ତୁ ଯିବୁ କାଲି ବଦଳି

ହୁଏତ ଏଲ ଇ ଡି ବା ଅନ୍ୟ ଭଳି

ମୁଁ ଥିଲି ଯାହା ରହିବି ସେୟା

ମୋ ନାମେ ପର୍ବ ଦୀପାବଳୀ।।


ମିଠା ପଠାହୁଏ ବନ୍ଧୁ ବାନ୍ଧବଙ୍କୁ

ମୋବାଇଲ ରେ ଭଳି ଭଳି

ମୋବାଇଲ ମିଠା ଭାରି ଭଲ

ମଧୁମେହ ଜମା ହେବନି ସେଥିରେ

ସ୍ବାଦ ନିଅ ଫଟୋ ଦେଖିକରି। । ** ପ୍ରତିମା ଦାସ **


Rate this content
Log in