STORYMIRROR

SUSRI SAHOO

Others

2  

SUSRI SAHOO

Others

ଦୀପାବଳୀ ସ୍ମୁତି

ଦୀପାବଳୀ ସ୍ମୁତି

1 min
13.6K


ଆଲୋକର ପର୍ବ ଅଟେ ଦୀପାବଳୀ
କି କହିବି ସଖି ଆଜି
ବାଳୁତ ବେଳରେ ଦୀପ ଗଢୁଥିଲେ
ଆମ କୁନି ହାତେ ମଜ୍ଜି ||
ଘରୁ ଛପି ଆମେ ମାଟି ଆଣୁଥିଲେ
ମାଟି ଗାଡିଆକୁ ଯାଇ
ଲୁଚି ଛପି ଆମେ ଦୀପ ଗଢୁଥିଲେ
ଭାଙ୍ଗିଦେବ କାଳେ କେହି ||
ଚିଲିକ,ହୁଙ୍କା ମାଟି ହାତେ ଚକଟି
ମାଟି ଗୋଲା କରୁଥିଲେ
ନା ନା ପ୍ରକାର ରୂପ ଆକାର ଦେଇ
ଦୀପ ଆମେ ଗଢୁଥିଲେ ||
ତୋ ଦୀପ ଆକାର ମୋ ଦୀପ ଆକାର
ହୁଏନି କେବେ ସମାନ
ତୋର ଗୋଲ ହେଲେ ମୋର ଲମ୍ବାଳିଆ
ରୂପ ରଖ ଥିଲା ଭିନ୍ନ ||
ଅଦଳ ବଦଳ କରୁ ଥିଲେ ଆମେ
ମନରେ ଥିଲା ଆନନ୍ଦ
ଦେଣନେଣ କରି ଖୁସି ହେଉଥିଲେ
ହସୁଥିଲେ ମନ୍ଦମନ୍ଦ ||
ଖରାରେ ଶୁଖାଇ ତାକୁ ଟାଣ କରି
ଆଳୟ କୁ ଆଣୁଥିଲେ
ମଆ ଯେବେ କହେ ରାନ୍ଧଣା ସରିଲା
ଅଙ୍ଗାରରେ ପୋଡୁଥିଲେ ||
କୋଉ ଦୀପ ଲାଲ୍ କୋଉ ଦୀପ କଳା
କିଏ ମିଶାମିଶି ଥିଲା
ନିଜେ ଗଢି ଯେଉଁ ଆନନ୍ଦ ମିଳଇ
କିଣାରେ ଥାଏ କି ଭଲା ||
କେଉଁ ଦୀପେ ଘିଅ,କେଉଁ ଦୀପେ ତେଲ
କେଉଁଠି ଦେଉ ମୋବିଲି
ସଳିତା ବଳିକି ତାହାକୁ ସଜାଉ
ଯିବ ନଭ ତାରା ବଳି ||
କାଉଁରିଆ ଜାଳି ବଡବଡୁଆଙ୍କୁ
ଆମେ ତ ବାଟେଇ ଥାଉ
ଅନ୍ଧାରରେ ଆସି ଆଲୁଅରେ ଯାଅ
ଏହି କଥା କହିଥାଉ ||
ଯୁଗେ ଯୁଗେ ଏହା ହୁଏ ପ୍ରଚଳିତ
ବର୍ତ୍ତମାନ ଚଳୁଅଛି
ପିତୃପୁରୁଷଙ୍କ ପିଣ୍ଡ ଦାନ ଦେବା
ସଂସ୍କୃତି ଆମ କହୁଛି ||
ଚାଲ ସଖି ଆଜି ଅତି ଅନନ୍ଦରେ
ଶୁଭ ଦୀପାଳୀ ପାଳିବା
ଦୀପ ଗଢିବାକୁ ମାଟି,ଚୁଲି ନାହିଁ
ବଜାରୁ ନେଇ ଆସିବା ||
ଅନ୍ଧାର ଉପରେ ଆଲୋକ ବିଜୟ
ଦୀପାବଳୀ ସୂଚାଉଛି
ଭାଇଚାରା ଆମ ବନ୍ଧୁତା ସଂପର୍କ
ବଜାୟ ହୋଇରହିଛି ||

ସୁଶ୍ରୀ ସାହୁ
ଶିଲଂଗ
ମେଘାଳୟ


Rate this content
Log in