STORYMIRROR

Santosh Pattnayak

Others

3  

Santosh Pattnayak

Others

ଦୀପାବଳି

ଦୀପାବଳି

1 min
206

ଆଲୋକର ପର୍ବ ଆସିଅଛି ଆଜି

  ଖୁସିରେ ଅଧୀର ଜନ 

ସଂସ୍କୃତିରେ ଭରା ଉତ୍କଳେ ଆମର 

  ପିତୃଜଙ୍କ ପୂଜ୍ୟ ଦିନ....


ହସିକି ସରବେ ପାଳିବା ମରତେ 

   ଆଲୋକର ଦିପାଵଳୀ 

 ସଭିଏଁ ଜାଳିବା ପ୍ରୀତିର ପ୍ରଦୀପ

    ସ୍ମୃତିର ଘୃତ୍ୟକୁ ଢାଳି.....


ପରମ୍ପରା ପ୍ରଥା ସଂସ୍କୃତିର ଧାରା

  ବିଦାୟୀ ପିତୃଜ ଗଣ 

ଆଶ୍ବିନେ ଆସିକି ଦିପାବଳୀ ଦିନେ

  କରିବେ ସ୍ବର୍ଗାବତରଣ


ଆତସ ବାଜିର ନାହିଁ ପ୍ରୟୋଜନ 

  ଭକ୍ତିରେ ଦେବା ବିଦାୟ 

ଆଲୋକ ଜାଳିବା ମଙ୍ଗଳ ମନାସୀ 

  ମାଗିବା ସୁଖ ସୌଭାଗ୍ଯ....


ସ୍ମୃତିର ପ୍ରତୀକ ଆମ ପିତୃଗଣ 

   ଶୁଭ ଅବସର ଆଜି 

କୋଟି ଆଶୀର୍ବାଦ ଭିକ୍ଷିବା ସରବେ 

  ପିତୃଜଙ୍କ ପଦ ପୂଜି.....


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍