STORYMIRROR

Tikeshwar Sahu

Others

3  

Tikeshwar Sahu

Others

ଦୀପାବଳି

ଦୀପାବଳି

1 min
198


ଦୀପାବଳି, ଶୁଭ ଦୀପାବଳି ,

ଆଲୋକ ତେଜରେ, ଅନ୍ଧାର ହଜେରେ, ଶୁଭ ଦୀପ ଜାଳି |୦|

ତ୍ରେତୟାରେ ରାମ ଗଲେ ବନବାସ, ପିତୃ ସତ୍ଯ ପାଳି ଚଉଦ ବରଷ |

ବଧିଣ ରାବଣ ସୀତା ସଙ୍ଗେ ଧରି,ଫେରିଥିଲେ ରାମ ଅଯୋଧ୍ଯା ଉଆସ |

ପୁର ନରନାରୀ ବହୁ ଦୀପ ଜାଳି , ଆଲୋକିତ କଲେ ଅଯୋଧ୍ଯା ନଗରୀ |୧|

ସତ୍ଯ ନ୍ଯାୟ ଧର୍ମ ମର୍ଯ୍ଯାଦା ପୁରୁଷ,ପାଛୋଟିଲେ ଜନେ ହୋଇଣ ହରଷ |

ଆଲୋକ ନୈବେଦ୍ଯ ଅରପଣ କରି, ହର୍ଷ ଉଲ୍ଲସିତ ଯେମନ୍ତ ପୀୟୁଷ |

ସେହି ଦିନଠାରୁ ଭାରତ ବରଷେ ,ଦୀପାବଳି ପର୍ବେ ଉଠେ ଦୀପ ଜଳି |୨|

ଦାରୁକ ରାକ୍ଷସ ମହା ବଳଶାଳୀ, ଉତ୍ପାତେ ତ୍ରିପୁରେ ପଡ଼ିଲା ଭାଳେଣି |

ମାତା ପାରବତୀ ଶିବ ହୄଦେ ପଶି, ମହାକାଳୀ ରୂପ ହୋଇଲେ ତକ୍ଷଣି |

ଦାରୁକ ନିପାତି ମହା ଭୟଙ୍କରୀ,ଶାନ୍ତ ହୋଇଥିଲେ ଶିଶୁ ଶିବେ କୋଳି |୩|

ବଡ଼ବଡ଼ୁଆଙ୍କୁ ପୁଣ୍ଯ କାରତିକେ, ଆଲୋକ ଦେଖାଉ ଅମାବାସ୍ଯା ତିଥେ |

ହେଉ ମହାପୁଣ୍ଯ ଆତ୍ମା ଲଭୁ ଶାନ୍ତି, ସରଗ ଭୁବନେ ଆଲୋକର ପଥେ |

ଆତସ ବାଜିରେ ପ୍ରକମ୍ପିତ ହୁଏ,ଘର ଦାଣ୍ଡେ ଉଠେ ଦୀପ ଜଳି |୪|

—————————————


Rate this content
Log in