Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

4.0  

Bikesh Sahu

Others

ଦିଗନ୍ତର ଯାତ୍ରୀ

ଦିଗନ୍ତର ଯାତ୍ରୀ

1 min
316



ଦୂର ସେଇ ଦିଗନ୍ତରେ

ଯେଉଁଠି ଆକାଶ ପୃଥିବୀ ମିଶିଲା ମିଶିଲା ପରି ଲାଗେ

ଯେଉଁଠି ଜନ୍ମ ନେଉଥାଏ ଆଶାର ବର୍ଷା ବିନ୍ଦୁ

ମେଘର କବରୀ ତଳେ


ପୁଣି ବିଜୁଳିର ଶକ୍ତ ପ୍ରହାରରେ

ଭୟପାଇ ଦାନା ବାନ୍ଧେ

ଆଉ ଝରିପଡ଼େ ପୃଥିବୀ ଉପରେ


ଯେଉଁ ପୃଥିବୀକୁ ଆକାଶଟା ପ୍ରାଣଭରି ଭଲ ପାଏ

ଆଉ ପୃଥିବୀ ଆକାଶକୁ ! 


ଶେଷକୁ ପବନଟା ବି

ସେଇ ପ୍ରେମ ନଈରେ 

ସମ୍ପର୍କର ଗୋଟେ ଆଦେଖା ସେତୁ ସାଜିଯାଏ 


ଯେଉଁଠି ଚାଲୁ ଥାଏ ମୁଁ ନିସଙ୍ଗ ପଦାତିକଟେ ସାଜି

ପୁଣି ଗୋଟେଇ ଚାଲିଥାଏ

ଅଦିନରେ ଝରି ପଡୁଥିବା 

ମୋ ମୃତ ଆଶା ସବୁଙ୍କୁ 

କବର ଦେବାକୁ ହୃଦୟର ଶ୍ମଶାନ ଭୁଇଁରେ ।


Rate this content
Log in