STORYMIRROR

Debabrata Jena

Others

2  

Debabrata Jena

Others

ଦିବ୍ୟଜନନୀ ମାଆ

ଦିବ୍ୟଜନନୀ ମାଆ

1 min
1.6K



ତୁମେ ମୋ ହୃଦୟ ଆଲୋକର ଶିଖା

ତୁମେ ଅଗତିର ଗତି

ତୁମେ ମହାମାୟା, ତୁମେ ଯୋଗମାୟା

ତୁମେ ଦୁର୍ବଳାର ଶକ୍ତି ।।


ଅଗ୍ନିର ସ୍ଫୁଲିଙ୍ଗେ ବିଦ୍ୟମାନ ତୁମେ

ପ୍ରତି ହୃଦେ ତୁମେ ଶାନ୍ତି

କୁସୁମର ପ୍ରତି ସୌରଭରେ ତୁମେ

ତୁମେ ଅରୁଣିମା ଦ୍ୟୁତି ।।


ଜୀବନ ନାଆର ନାଉରିଆ ତୁମେ

ମୁଁ ଯେ ତୁମ ସହଯାତ୍ରୀ

ତୁମେ ମୋ ଶିକ୍ଷକ ,ତୁମେ ଦିଗଦର୍ଶକ

ତୁମେ ଜାୟା,ତୁମେ ଧାତ୍ରୀ ।।


ତବ ଶ୍ରୀଚରଣେ ମୁଁ ଯେ ସମର୍ପିତ

ତୁମ ବିନା ନାହିଁ ଗତି

ଯୋଗ୍ୟ କରି ମୋତେ ଗଢି ତୋଳ ମାଆ

ଏତିକି କରେ ମିନତୀ ।।


ଦେବବ୍ରତ ଜେନା

ଭୋଗରାଇ ବାଲେଶ୍ଵର

9583138533









Rate this content
Log in