ଦିଅ ମୋତେ ଦିବ୍ୟ ଜ୍ଞାନ
ଦିଅ ମୋତେ ଦିବ୍ୟ ଜ୍ଞାନ
1 min
408
ଆହେ ଜଗତ୍ରାତା ଜଗତ କରତା
ତୁମେ ହିଁ ସବୁରି ପ୍ରାଣ
ଅନାଦି ଅବ୍ୟକ୍ତ ଅମର ଅନନ୍ତ
ସବୁଠି ଗୋ ବିଦ୍ୟମାନ ।।
ମୁଁ ଯେ ପ୍ରାଣୀ ଛାର ନିର୍ବୋଧ ମାତର
ବନ୍ଦିବାକୁ କାହିଁ ଶକ୍ତି
ତୁମେ ନିରାକାର ଅବ୍ୟକ୍ତ ସାକାର
କି ଦେଇ କରିବି ଶାନ୍ତି ?
ଧୂପ ଫୁଲ ବିନା ଆସିଛି ଗୋ ସିନା
ତୁମ ଦୁଆରକୁ ଆଜି
ଭକତି କୁସୁମେ ଭାବନାର ପ୍ରେମେ
କରିକି ପାରିବି ରାଜି ??
ଲୋଡ଼ା ନାହିଁ ପ୍ରଭୁ ଆହେ ସ୍ୱୟଂ ବିଭୁ
ଧନ ଜନ ସନମାନ
ମାଗୁଣି ମୁଁ କରେ ତଵ ଶ୍ରୀ ପୟରେ
ଦିଅ ମୋତେ ଦିବ୍ୟ ଜ୍ଞାନ ।।
