STORYMIRROR

Jumarnath Patra

Others

3  

Jumarnath Patra

Others

ଦି'ପଦ କଥାରେ

ଦି'ପଦ କଥାରେ

1 min
837


ଦି'ପଦ କଥାରେ ...

ଦି'ପଦ କଥାରେ

ଚାଲିଗଲ ପଛ କରି

ଯୋଜନ ଯୋଜନ ଦୂର ଯେ

ଖୋଜେ ଆଜି ବି

ଆକାଶରୁ ଖସୁଥିବା

ବର୍ଷାର ବୁନ୍ଦା ବୁନ୍ଦା ରେ

ଘାସ ଉପର ଶିଶିର ବୁନ୍ଦା ରେ

ଝରଝର ଝରୁଥିବା

ପାହାଡି ଝରଣା କୂଳେ

ପାହାଡ ଶିଖରରେ

ସାଗର ବେଳା ରେ

ଡହଡହ ମରୁ ବାଲିରେ

ଷ୍ଟେସନ ପ୍ଲାଟଫର୍ମ ରେ

ବସ୍ ଷ୍ଟାଣ୍ଡ ଭିଡରେ

ବଡବଡ ମଲ ରେ

ରେସ୍ତୋରାଁ ରେ

ରାସ୍ତା କଡ ଗୁପଚୁପ ଦୋକାନ ରେ

ହସ୍ପିଟାଲ ସିଷ୍ଟର ମାନଙ୍କ ଭିଡରେ

ଅଙ୍ଗନବାଡି କେନ୍ଦ୍ର ରେ

ଆଶା ଦିଦି ଙ୍କ ଶାଢ଼ୀରେ

ପାଇନି କୋଉଠି ବି ...

...ଆବିଷ୍କାର କଲି ତମକୁ

ଅନେକ ଦିନ ପରେ

ନାରୀ ସଭା ମଂଚରେ

ନାଲି ପାଢୀ ଧଳା ଶାଢୀ ରେ

ନାରୀ ନେତ୍ରୀ ଟିଏ ରେ

ବଦଳି ଯାଇଛ ତମେ

ବଦଳିଛି ତମ ପରିପାଟି

ଥଂଗ ଥଂଗ ଖନି ମାରୁଥିବା ତମ ପାଟିରୁ

ଆଜି ଓଜୋସ୍ବିନୀ ଭାଷଣ ...

ବୟସ ବଢିଛି

ବୁଦ୍ଧି ବି ବଢିଛି ତମର

ତା' ସଂଗେ ସଂଗେ ମେଦ ବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍