STORYMIRROR

Ajaya Kumar Mohanty

Others

2  

Ajaya Kumar Mohanty

Others

ଧୂଆଁ

ଧୂଆଁ

1 min
4.4K



ନିଆଁ ଥିଲେ

କୁହୁଳୁଥାଏ ଧୂଆଁ

ଚହଟିଯାଏ ଚଉଦିଗ

ପହଞ୍ଚ ଅପହଞ୍ଚ

ସମୀପ ଓ ଦୂର।।


ଗୋଲ୍ ଗୋଲ୍ କରି

ସମୟକୁ ଘେରେ ଧୂଆଁ

ପୋଖରୀତୁଠ ଗାଁ ଚଉରା

କିଟିପାର୍ଟି କ୍ଲବ ଖଟି

କ୍ଯାଣ୍ଟିନ୍ ଓ ରେସ୍ତୁଁରା ।।


ପ୍ରଯୋଜିତ ସତ୍ଯ

ପ୍ରଦୂଷିତ ଶବ୍ଦ

ଗୁଜବ ବିସ୍ତାରିଯାଏ

ପୃଥିବୀରୂ ଆକାଶର

ଧୁମ୍ରାଭ ହୁଏ ଦିଗନ୍ତ ।।


ଗୁଜବର ସୀମା କଣ

ଧୂଆଁର କି ବୀମା ହୁଏ

ସବୁ ଉଡେ ପବନରେ

ସଂକ୍ରମିଯାଏ ଆକାଶ

କୁହୁଡ଼ିର ଘନ ଆସ୍ତରଣ।


ସବୁ ଝାପ୍ସା ଧୁଆଁଳିଆ

ପୃଥିବୀ କାନିରେ ପୋଛେ

ସୂର୍ଯ୍ୟ ଚଷମା ଚାଳିଶା

କାହିଁ କେଉଁଠି ନିଆଁ

କୁହୁଳୁ ଥାଏ ଧୂଆଁ ।।


Rate this content
Log in