ଧରଣୀସମ୍ଭୁତା
ଧରଣୀସମ୍ଭୁତା
1 min
12.2K
ରାମାୟଣରେ କୌଶଲ୍ୟା
କୈକେଇ ସୁମିତ୍ରା
ରାଜା ରାମଙ୍କ ସହଧର୍ମିଣୀ
ଦେବୀ ମାତା ସୀତା l
ସମସ୍ତଙ୍କ ଭୂମିକା ଭିତରେ
ଧରଣୀ ମାଆ ସାର୍ଥକତା
ସୀତା ଯେବେଗଲେ ଫେରି
କୋଳେ ହୋଇ ଜଗତଜିତା
ଫେରେଇଦେ ଫେରେଇଦେ
ମାଆଧରଣୀ ଆମ ମାତା ସୀତା l
ମହାଭାରତରେ ତ ଦୃଷ୍ଟାନ୍ତ
ଦେଖିବାର କଥା
ଗଙ୍ଗା ସତ୍ୟବତୀ ଅମ୍ବା
ଅମ୍ବିକା ଅମ୍ବାଳିକାଙ୍କ ଗାଥା
ଗାନ୍ଧାରୀ ଓ କୁନ୍ତୀ ଙ୍କର
ବିଚାର ବିମର୍ଷତା
ଦ୍ରୌପଦୀ ଧର୍ମରକ୍ଷା ପାଇଁ
ଅଗ୍ନିରୁ ସମ୍ଭୁତା
ସେମାନଙ୍କୁ ଜନ୍ମ ଦେଇ
ମାଆ ଧରଣୀ ତୁ କେତେ ହର୍ଷିତା l
ମୁଁ ମଣିଷ ଛାର ଭାବେ
ମୋ ଜନନୀ କେବଳ ମୋ ମାତା
ହେଲେ ସବୁ ବାଳି ଦୁଲାଳି ଙ୍କୁ
ଦେଇ ସନମାନ ଟୀକା
ପର ନାରୀ, ପର ଝିଅ
ପରବୋହୂ ଏଵେ ବା କେବେ କାର ମାତା
ସମସ୍ତଙ୍କୁ ସୁସାନମାନେ ବସାଇବା କଥା
ଭୁଲିଗଲେ, ମହାମାରୀରେ
ହେଉଥିବା ଏମିତି ଆକତାମାକତା l
