STORYMIRROR

Debabrata Jena

Others

2  

Debabrata Jena

Others

ଧରଣୀ ରାଣୀ

ଧରଣୀ ରାଣୀ

1 min
335




କେଢେ ମନୋହର ମୋ ମରତପୁର

ଉପମା ଯାହାର ନାହିଁ

ବିଲ, ବଣ, ନଦୀ ଗିରି ମହୋଦଧି

ଭରପୁର ଅଛି ତହିଁ ।।(୧)


ଝରଣାର ତାନ ପକ୍ଷୀର କୁଜନ

ମନଲୋଭା ଆହା କେତେ

ଦିଶେ ମୁଗ୍ଧକର ସୁଦୂର ଶିଖର

କଳି ପାରେନି ମୁଁ ସତେ ।।(୨)


ସକାଳ ସୁରୁଜ ବୁଣଇ ମୁରୁଜ

ଶ୍ୟାମଳିମା ଧରା ପରେ

ସାୟାହ୍ନେ ତା' ଦ୍ୟୁତି ଅପରୂପ କାନ୍ତି

ଭଗ୍ନ ହୃଦେ ମଧୁ ଭରେ ।।(୩)


ଫି ଦିନ ସକାଳେ ଚଷା କ୍ଷେତ କୋଳେ

କେତେ ନୂଆ ସ୍ୱପ୍ନ ଦେଖେ

ପକ୍ୱ ଶସ୍ୟ ଦେଖି ଯାଏ ସେ ଅଟକି

ଅଫୁରନ୍ତ ଖୁସି ମାଖେ ।।(୪)


ସରଗ ସୁଷମା ନାହିଁ ତା ଉପମା

ଆମ ଏ ଧରଣୀ ରାଣୀ

ପ୍ରକୃତିର କୋଳେ ହଜି ସବୁ ବେଳେ

ଲେଖିବା ନୂଆ କାହାଣୀ ।।(୫


*ଦେବବ୍ରତ ଜେନା*

*ଭୋଗରାଇ, ବାଲେଶ୍ୱର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍