STORYMIRROR

Liza Senapati

Others

3  

Liza Senapati

Others

ଧୋକା

ଧୋକା

1 min
228

ଏକା ଏକା ଏଠି,

ଚାଲିବାକୁ ହୁଏ ଜୀବନର ବାଟ,

ଛଳନା ସହରେ ପ୍ରେମ ମିଳେ ନାହିଁ,

ମିଳେ ଖାଲି ଏଠି ଧୋକା,

ଖୋଲନାହିଁ ପ୍ରେମର ଦୋକାନ,

ବେଇମାନି ବଜାରରେ,

ଭଲ କଲେ ଏଠି ଭୁଲ ହୋଇଯିବ

ସ୍ୱାର୍ଥର ତୁଣ୍ଡି ସଭିଙ୍କ ମୁହେଁ ବନ୍ଧା,

ଆପଣାର ଲୋକ ଅଚିହ୍ନା,

ସବୁ ଚାଲିଯିବେ ଦିନେ,

ନିଜ ନିଜ ବାଟେ,

କେହି ନୁହଁ ତୁମ ଆପଣାର,

ମୁଖାପିନ୍ଧା ଏ ମଣିଷ,

ଲୁହ ଦେଖି କରିବେ ଉପହାସ,

ଯାହା ଖୁସିକୁ କରିଚ ନିଜର,

ହେଇଯିବ ଦିନେ ତୁମ ଆଖିର ଲୁହ।



Rate this content
Log in