ଦହନ ବି ଅଛି
ଦହନ ବି ଅଛି
1 min
331
ଆହକି ବିଚିତ୍ର ଅଟେ ମନୁଷ୍ୟ ସ୍ୱଭାବ
ନୀତି ପ୍ରତି ଅସୁମାରୀ ସ୍ୱପ୍ନ ଦେଖୁଥିବା
ଆଶା ବୈତରଣୀ ନଈ କୂଳ ଲଙ୍ଘିଯାଏ
କେବେ ସଫଳ ହୁଏ ସେ କେବେ ଦୁଃଖ ଦିଏ ।
ଆଶା ଆବଶ୍ୟକତାକୁ ସୀମିତ ରଖିବ
ବ୍ୟତିକ୍ରମ ହେଲେ ଦୁଃଖେ ଜୀବନ ବଞ୍ଚିବ ।
ଦେହ ଅଛି ଯଦି ସାଥେ ଦହନ ବି ଅଛି
ଦହନ ଜ୍ବାଳାକୁ କେଉଁ ପ୍ରାଣ ନାଶ ଭୋଗିଛି ।
ଯନ୍ତ୍ରଣା ଜୀବନ ନୀତି ଓଲଟା ବୋହିବ
କ୍ଷଣୁ କ୍ଷଣ କ୍ଷୀଣ ହୋଇ ଆୟୁଷ ସରିବ ।
ଆଉ କିଛି ବିକଳ୍ପ ଅଛି ଜୀବନ ପାଇଁ କି
ପ୍ରାରବ୍ଧଟା ଅବା କେଉଁ ସୁଯୋଗ ଦେବକି ।
