STORYMIRROR

Rajendra Giri

Others

5.0  

Rajendra Giri

Others

ଧେତ୍ କବିତା

ଧେତ୍ କବିତା

1 min
5.2K


ଧେତ୍ କବିତା

ଧେତ୍ କବିତା , ତୁ ଭାରି ଚଗଲି

ଏବେ ଆସିଲୁ , ପୁଣି ଗଲୁ ଚାଲି

ଇଚ୍ଛା ହୁଏ ତତେ , ବହେ ଦେବି ଗାଳି

ଧେତ୍ କବିତା , ତୁ ଭାରି ଚଗଲି ବୋଲି ।


ସାୱାର ତଳେ ଛିଡା ହୋଇ ବର୍ଷାର ଭ୍ରମକୁ ଦେଖିଲା ବେଳେ

କେତେ ରଙ୍ଗ ରଙ୍ଗର ଧାଡି ଆସୁଥିଲା ମାଡି ଖେଳି

ଭାବି ଥିଲି କାଗଜରେ ଦେବି ବୋଳି,ସବୁ ଗଲି ଭୁଲି

ଧେତ୍ କବିତା , ତୁ ଚଗଲି ବୋଲି ।


କବି ହେବାକୁ ଇଚ୍ଛା ମୋର ନାଇଁ ବୋଲି

ମୋ ସାଥେ ଖେଳୁଛୁ ଲୁଚକାଳି

ଯା - ଯା ଆଜି ନୁହଁ ଲେଖିବି କାଲି

ଧେତ୍ କବିତା , ତୁ ଚଗଲି ବୋଲି ।


ଆଜି ଯା ଆଉ କାହା କଲମରେ ଯିବୁ ଗଳି

ତୁ ତ ମୋ ପ୍ରେୟସୀ ଲାଜକୁଳୀ

ପୁଣି ଫେରିଲେ ନେବି ତତେ ତୋଳି

ଧେତ୍ କବିତା , ତୁ ଚଗଲି ବୋଲି ।।।


ରାଜେନ୍ଦ୍ର ଗିରି


ଭୋଗରାଇ , ବାଲେଶ୍ୱର


ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର


ଦୂରଭାଷ-୭୮୭୩୫୭୦୯୩୮



Rate this content
Log in