STORYMIRROR

Maheswar sahoo

Others

3  

Maheswar sahoo

Others

ଧାନ ବନ୍ଧା

ଧାନ ବନ୍ଧା

1 min
177

ଯାଇଥିଲି ଧାନ ବାନ୍ଧି

ଘଣ୍ଟେ ମୋଡି ମାଡି ବାନ୍ଧିଲି ଧାନ ମୁଁ

କମର ଗଲା ମୋ ବିନ୍ଧି

ବସିଲି ହିଡର ମୂଳ

ଥକି ଯାଇଥିଲି ଧାନ ବାନ୍ଧି ବାନ୍ଧି

ଚାଲିବାକୁ ନାହିଁ ବଳ

ବାନ୍ଧିଲି ମନର ବଳ

ଛିଡା ହେଇ ଟିକେ ଭାବିଲି ମୁହିଁ ଯେ

ବର୍ଷା ହେବ ଆମ କାଳ

ଆକାଶରେ ମେଘ ଦେଖି

କମରରେ ଗୋଟେ ଗାମୁଛା ବାନ୍ଧି ମୁଁ

ହେଲି ମୁହିଁ ଆଖି ମଳି

ଚାରିଆଡ଼କୁ ଅନାଇଲି

ଲୋକମାନେ ସବୁ ଭିଡା ଭିଡି ହୋଇ

କରୁଛନ୍ତି ବିଲ ଖାଲି

ଆତୁର ହେଲା ମୋ ମନ

ଅଳସୁଆହୋଇ ବସେ ଯଦି ମୁହିଁ

ରହି ଯିବ ଆମ ଧାନ

ମନକୁ ମୋ ଦୃଢ଼ କଲି

ଝାଡ଼ି ଝୁଡ଼ି ହୋଇ କାମରେ ଲାଗିଲି

ଘୃଣା ଭାବ ଛାଡି ଦେଲି

ଧାନ ବିଲକାମ କଷ୍ଟ

ଧର୍ଯ୍ୟ ଧରି ବନ୍ଧୁ କରିଗଲେ କାମ

ହେବାକୁ ଦେବାନି ନଷ୍ଟ

ବରଷକ ପାଇଁ ଦାନା

ଚାଷରୁ ମିଳଇ ଯତନେ କରିଲେ

ଚାଷୀ ପିଲାଟିରଏ କାମନା

କୌଣସି ବି ଚାଷ ହେଉ

ମନ ଯୋଗ ଦେଇ କରିଗଲେ କାମ

କିଣିବାକୁ ପଡିବନି ଆଉ

ଚାକିରିଠୁ ବଡ ଚାଷ

ନିଜ ଅଧୀନରେ ହୋଇ ଥାଏ କାମ

ହବାକୁ ପଡେନି ଦାଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍