Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ଦେଖରେ ଦେଖ

ଦେଖରେ ଦେଖ

1 min
122


ଦେଖରେ ଦେଖ କୋଇଲି ରାଣୀ

ଗାଉଅଛି କୁହୁ କୁହୁ।

ଆହା କି ସୁନ୍ଦର ସ୍ବର ଟି ତା'ର

ସତେ ସେ ମିଠା ମହୁ ।

ଦେଖରେ ଦେଖ ପଳାସ ଫୁଲ

ଦିଶେ ଲାଲ ଗରଗର ।

ବସନ୍ତେ ମଳୟ ବହେ ଥିରି ଥିରି

ଧରି ଶାନ୍ତିର ଖବର ।

ଦେଖରେ ଦେଖ କେଡେ ସୁନ୍ଦର

ଆକାଶେ ଉଇଁଛି ଜହ୍ନ ।

ତାରା ମେଳରେ ତାହାକୁ ଦେଖି

ନାଚି ଉଠୁଥାଏ ମନ।

ଦେଖରେ ଦେଖ ଉଚ୍ଚ ପରବତ

କେଡେ ସୁନ୍ଦର ଦିଶେ ।

ପୂରୁବ ଦିଗୁ ସୂରୁଜ ଉଇଁଲେ

ଆମ ମନଟା ହସେ।

ଦେଖରେ ଦେଖ କେଡେ ସୁନ୍ଦର

ଝରଣାର ଝର ଝର ।

କୁଳୁକୁଳୁ ନାଦେ ନାଚି ନାଚି ଯାଏ

ଦିଶେ କେଡେ ମନୋହର !

********

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା


Rate this content
Log in