STORYMIRROR

Kulamani Sarangi

Others

4  

Kulamani Sarangi

Others

ଦେବଯାନୀ (୩୫ ତମ କଳିକା)

ଦେବଯାନୀ (୩୫ ତମ କଳିକା)

1 min
376


ଧନଲୋ ! ଗଲାଣି ଗଲା କଥା, 

ମାନ ଅଭିମାନେ ନ ଲଭ ବ୍ୟଥା,(0)


ଦେବଯାନୀ ଲୁହ ଉତ୍ତରୀୟରେ ,

ପୋଛି ଶୁକ୍ରମୁନି ବୋଲନ୍ତି ଧୀରେ। (୧)

ଧନ ଲୋ,ଗଲାଣି ଗଲା କଥା, ମାନ ଅଭିମାନେ ନଲଭ ବ୍ୟଥା ।


ତୁ ଅଲିଅଳି ମୋ ହୃଦ ଚନ୍ଦନ,

ଛାତି ଚିରିଦିଏ ତୋର କ୍ରନ୍ଦନ,(୨)

ଧନ ଲୋ,ଗଲାଣି ଗଲା କଥା, ।


ଆହା,ପୋଛିଦିଏ ତୋ ଚନ୍ଦ୍ର ମୁଖ,

ହସିଦେ ଥରେ ମା'ଯାଉ ମୋ ଦୁଃଖ (୩)

ଧନ ଲୋ,ଗଲାଣି ଗଲା କଥା ।


ତୋର ବାଲ୍ୟସଖୀ ରାଜକୁମାରୀ,

ଦୋଷ କ୍ଷମାକର ଭଗ୍ନୀ ବିଚାରି,(୪)

ଧନ ଲୋ,ଗଲାଣି ଗଲା କଥା ।


ଧୂଳିଖେଳ କଳି ପାଣିର ଗାର,

ତାତିଲା ପାଣିରେ ଜଳେ କି ଘର?(୫)

ଧନ ଲୋ,ଗଲାଣି ଗଲା କଥା ।


କନ୍ଦୁକ ଖେଳରୁ ମହାସମର,

କରିବା ଉଚିତ ନୁହେଁ ତୋହର (୬)

ଧନଲୋ,ଗଲାଣି ଗଲା କଥା ।


ଯା'ମାଗିବୁ ଧନ ଦେବି ତୋ ହାତେ,

ଶୁଖିଲା ମୁହଁ ତୋ ନ ଦେଖା ମୋତେ(୭)

ଧନ ଲୋ,ଗଲାଣି ଗଲା କଥା ।


କ୍ରୋଧ ଅଟେ ଧନ,ବ୍ରହ୍ମ ଚଣ୍ଡାଳ,

ମନରୁ ତୁ ତେଜି ଦିଅ ଚଞ୍ଚଳ (୮)

ଧନ ଲୋ,ଗଲାଣି ଗଲା କଥା ।


ଶୁଣି ପିତା ବାଣୀ ମୁନିକୁମାରୀ,

ବୋଇଲେ ବୁଝିଛି ସବୁ ଚାତୁରୀ,(୯)

ପିତା ହେ, ମୁହିଁ ରହିବି ନାହିଁ, 

ଏ ଦାନବ ରାଜ୍ୟେ କ୍ଷଣିକ ପାଇଁ ।


କ୍ରମଶଃ...


Rate this content
Log in